ଲୌଡରହିଲ , ୧୨।୮: ଲୌଡରହିଲ ସ୍ଥିତି ସେଣ୍ଟ୍ରାଲ ବ୍ରୋଓ୍ବାର୍ଡ ଷ୍ଟାଡିୟମରେ ଶନିବାର ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜର ୪ର୍ଥ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଭାରତ ତୃତୀୟ ମ୍ୟାଚ ଜିତିବାରୁ ଓ୍ବେଷ୍ଟଇଣ୍ଡିଜ ୨-୧ରେ ସିରିଜ ଅଗ୍ରଣୀ ରହିଛି। ତେଣୁ ଭାରତ ଚତୁର୍ଥ ମ୍ୟାଚ୍ ଜିତି ସିରିଜକୁ ବରାବର ସ୍ଥିତିକୁ ଆଣିବା ଲକ୍ଷ୍ୟରେ ରହିଛି।ଆଜି ଭାରତ ପାଇଁ କର ବା ମର ମ୍ୟାଚ। ଭାରତ ଆଜି ନ ଜିତିଲେ ସିରିଜ ହାତରୁ ପଳାଇବ। ୱେଷ୍ଟଇଣ୍ଡିଜ୍ ସହ ଚତୁର୍ଥ ଟି-୨୦ ମୁକାବିଲା। ମ୍ୟାଚ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଫ୍ଲୋରିଡାର ଲୌଡରହିଲ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଆରମ୍ଭ ହେବ। ଆମେରିକାରେ ମାତ୍ର ଏହି ଗୋଟିଏ ଷ୍ଟାଡିୟମ୍କୁ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ପାଇଁ ଆଇସିସି ଅନୁମତି ଦେଇଛି। ଭାରତ ଓ ୱେଷ୍ଟଇଣ୍ଡିଜ୍ ଏହି ଷ୍ଟାଡିୟମ୍ରେ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଭାରତ ୪ ଥର ବିଜୟୀ ହୋଇଛି । ଏହି ଷ୍ଟାଡିୟମ୍ରେ ସର୍ବାଧିକ ସ୍କୋର ୨୪୫/୬ ୱେଷ୍ଟଇଣ୍ଡିଜ୍ ନାମରେ ରହିଛି । ୨୦୧୬ରେ ଭାରତ ବିପକ୍ଷରେ ଏହି ସ୍କୋର ହୋଇଥିଲା । ଶନିବାରର ଚତୁର୍ଥ ମ୍ୟାଚ୍ ପାଇଁ ତିଳକ ବର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ଅଧିକ ନଜର ରହିବ । ଦଳର ଚତୁର୍ଥ ସ୍ଥାନ ପାଇଁ ତିଳକ ବଡ଼ ଦାବିଦାର ସାବ୍ୟସ୍ତ ହୋଇଛନ୍ତି । ମାତ୍ର ତିନିଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଅଭିଜ୍ଞତା ରଖିଥିଲେ ବି ତାଙ୍କ ଖେଳିବା ଶୈଳୀରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଏପରିକି ଭାରତର ଦିନିକିଆ ଦଳର ଶୀର୍ଷ ୬ଜଣଙ୍କ ମଧ୍ୟରେ ଜଣେ ହେଲେ ବି ବାମହାତୀ ବ୍ୟାଟର ନାହାନ୍ତି । ତେଣୁ ଏହି ଶୂନ୍ୟସ୍ଥାନ ପୂରଣ କରିବାକୁ ତିଳକ ବଡ଼ ବିକଳ୍ପ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |