ନବୋଦୟ ସ୍କୁଲ ହଷ୍ଟେଲ ଖାଦ୍ୟ ବିଷାକ୍ତ ! ୮୦ ଛାତ୍ରଛାତ୍ରୀ ଅସୁସ୍ଥ

ସମ୍ବଲପୁର, ୧୨।୮: ସମ୍ବଲପୁରର ଜାବାହାରଲାଲ ନବୋଦୟ ବିଦ୍ୟାଳୟରେ ବ୍ୟାପିଛି ଝାଡ଼ାବାନ୍ତିର ଆତଙ୍କ । ଅନେକ ଛାତ୍ରଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ତେବେ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ଚିକିତ୍ସା ଜାରି ରହିଛି । ତେବେ ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ସୂଚନା ମିଳିଛି । ସ୍କୁଲର ପ୍ରାୟ ୮୦ରୁ ଅଧିକ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସେମାନେ ସୁସ୍ଥ ରହିଛନ୍ତି । ଆକ୍ରାନ୍ତ ପିଲାମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ନଜରରେ ରଖି ଚିକିତ୍ସା କରୁଛନ୍ତି ।ସମ୍ବଲପୁର ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ ଝାଡା ବାନ୍ତିରେ ପ୍ରାୟ ୮୦ ଛାତ୍ରଛାତ୍ରୀ ଅସୁସ୍ଥ । ଗତକାଲି ଖାଇ ସାରିବା ପରେ, କିଛି ପିଲାଙ୍କଠାରେ ବାନ୍ତି ଲକ୍ଷଣ ଦେଖା ଦେଇଥିବା ବେଳେ ଆଉ କିଛି ପିଲାଙ୍କର ହଠାତ ଝାଡ଼ା ହୋଇଥିଲା । ସ୍କୁଲ ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ ପ୍ରଥମେ ସ୍କୁଲର ନର୍ସଙ୍କ ପକ୍ଷରୁ ପ୍ରାଥମିକ ଚିକିତ୍ସା ଓ ଔଷଧ ଦିଆଯାଇଥିଲା । ପରେ ଡାକ୍ତରୀ ଟିମକୁ ଡକା ଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!