ଆଉ ଜଣେ ଓଡିଆ ଯବାନ ସହିଦ

ଭୁବନେଶ୍ୱର,୧୩ |୮: ଆଉ ଜଣେ ଓଡ଼ିଆ ଯବାନ ସହିଦ।ସହିଦ ଯବାନ ଭେଡେନ ବ୍ଲକ ବାଘପାଲି ଗାଁର ନୀଳାଚଳ ପଟେଲ । ପାଟ୍ରୋଲିଂ ବେଳେ ଯବାନ ଜଣକ ସହିଦ ହୋଇଥିବା ସୂଚନା ଦେଇଛନ୍ତି ବରଗଡ ଏସପି । ଆସାମ ରାଇଫଲ୍‌ସରେ କାର୍ଯ୍ୟରତ ବୀର ଯବାନ ନୀଳାଚଳ ପଟେଲ ସହିଦ ହୋଇଯାଇଛନ୍ତି। ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ଗ୍ରାମପଂଚାୟତ ସ୍ଥିତ ବାଘପାଲି ଗ୍ରାମର ବୀର ଯବାନ ନୀଳାଚଳ ପଟେଲଙ୍କ ଘର। ଯବାନ ନୀଳାଚଳ ପଟେଲଙ୍କ ସହିଦ ହେବା ଖବର ପାଇବା ପରେ ଶୋକର ଛାୟା ଖେଳିଯାଇଛି। ୪୫ ବର୍ଷୀୟ ଯବାନ ନୀଳାଚଳ ପଟେଲ ମଣିପୁରରେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ। ସେ ୨୦୦୪ ମସିହାରୁ ଦେଶକୁ ସେବା ଯୋଗାଇ ଆସୁଥିଲେ । ଶୁକ୍ରବାର ନାଇଟ ପାଟ୍ରୋଲିଂ ସମୟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ଗତକାଲି ଜଣେ ଓଡ଼ିଆ ପୁଅ ସହିଦ ହୋଇଥିଲେ । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ଯବାନ ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!