ନୂଆଦିଲ୍ଲୀ,୧୩।୮:ଫ୍ଲୋରିଡାଠାରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ପରାସ୍ତ କରିଛି। ଏହା ସହିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ରେ ବର୍ତ୍ତମାନ ୨-୨ ରେ ଇଣ୍ଡିଜ୍ ଟିମ୍ ସହିତ ବରାବର ସ୍ତରକୁ ଆସିଛି। ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୯ ରନ୍ ସଂଗ୍ରହ କରିଥିଲା। ତେବେ ଏହାର ଜବାବରେ ଭାରତୀୟ ଦଳ ମାତ୍ର ୧୭ ଓଭରରେ ଗୋଟିଏ ୱିକେଟ୍ ହରାଇ ସହଜରେ ୧୭୯ ରନ୍ର ବିଜୟ ଲକ୍ଷ୍ୟକୁ ପୂରା କରିଛି। ଦଳ ପକ୍ଷରୁ ଯଶସ୍ବୀ ଜୟସଓ୍ବାଲ ୧୧ଟି ଚୌକା ଓ ୩ଟି ଛକା ସହିତ ସର୍ବାଧିକ ୮୪ ରନ୍ ସଂଗ୍ରହ କରିଥିବା ବେଳେ ଶୁବମାନ ଗିଲ ୩ଟି ଚୌକା ୫ଟି ଛକା ସହିତ ୭୭ ରନ୍ର ଇନିଂସ ଖେଳିଥିଲେ। ସୂଚନା ଅନୁସାରେ, ଆଜି ସମାନ ମଇଦାନରେ ଉଭୟ ଦଳ ମଧ୍ୟରେ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ। ଏଥିରେ ଉଭୟ ଟିମ୍ ବିଜୟ ହାସଲ କରବାକୁ କସରତ କରିବେ। ଚଳିତ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଓ୍ବେଷ୍ଟ ଇଣ୍ଡିଜ୍ ଜିତିଥିବା ବେଳେ ତୃତୀୟ ଓ ଚତୁର୍ଥ ମ୍ୟାଚ୍ରେ ଭାରତ ବିଜୟ ହାସଲ କରି ଇଣ୍ଡିଜ୍ ଟିମ୍ ସହିତ ୨-୨ରେ ବରାବର ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |