ରାଜଧାନୀକୁ ସ୍ବଚ୍ଛ ଓ ସୁନ୍ଦର ରଖିବ ଟିମ୍ ସାଇନ୍

ଭୁବନେଶ୍ବର,୧୩।୮: ରାଜଧାନୀକୁ ସ୍ବଚ୍ଛ ଏବଂ ସୁନ୍ଦର ରଖିବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏକ ନୂଆ ପଦକ୍ଷେପ ସ୍ବରୂପ ଗଠନ ହୋଇଛି ଟିମ୍ ସାଇନ୍(ସାନିଟେସନ ଆଣ୍ଡ୍‌ ହାଇଜିନ୍ ଇନସ୍ପେକସନ ଫର୍ ନିଟ୍ ଏନଭରନମେଣ୍ଟ)। ଏଣିକି ଭୁବନେଶ୍ବର ଗଳିକନ୍ଦିରେ ବୁଲିବ ଟିମ୍ ସାଇନ ବା ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ୍‌। ରବିବାର ଭୁବନେଶ୍ବର ମେୟର ଓ କମିଶନର ଏହାର ବିଧିବଦ୍ଧ ଶୁଭାରମ୍ଭ କରିଛନ୍ତି। ଅଳିଆ ଆବର୍ଜନା ବାହାରେ ପକାଇଲେ ପ୍ରଥମେ ଟିମ୍‌ ଦ୍ବାରା ସଚେତନ କରାଯିବ। ଏହାପରେ ବି ଯଦି ଅଳିଆ ଆବର୍ଜନା ପଡ଼େ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଯାଇଛି। ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ରହିବେ। ପ୍ରତି ସ୍କ୍ଵାଡରେ ରହିବେ ୫ ଜଣ ସଦସ୍ୟ।କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୬୦ ଡେଙ୍ଗୁ ପଜିଟିଭ୍ । ସାରା ରାଜ୍ୟରେ ଯେତିକି ଡେଙ୍ଗୁ ରୋଗୀ ବାହାରୁଛନ୍ତି ସେଥି ମଧ୍ୟରୁ ଭୁବନେଶ୍ୱରରେ ଚିହ୍ନଟ ହେଉଛନ୍ତି ୬୦ ପ୍ରତିଶତ ରୋଗୀ । ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ଆଚାର୍ଯ୍ୟବିହାର, ଜାଗମରା, ପୋଖରୀପୁଟ ଭଳି ଅଞ୍ଚଳ ଏବେ ଡେଙ୍ଗୁର ଗନ୍ତାଘର। ହସ୍ପିଟାଲରେ ପ୍ରତିଦିନ ୩୦୦ରୁ ୪୦୦ ଲୋକଙ୍କ ଡେଙ୍ଗୁ ପରୀକ୍ଷା ହେଉଛି । ୧୦ରୁ ୧୨ ଜଣ ଆଡ଼ମିଶନ ହେଉଛନ୍ତି । ଏବେ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଲାଗି ୫୦ ସ୍ୱତନ୍ତ୍ର ବେଡ୍ ଥିବାବେଳେ ୪୮ ଜଣ ଆଡମିଟ୍ ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସିତ ରୋଗୀଙ୍କ ମଧ୍ୟରୁ ୮ରୁ ୯ ଜଣଙ୍କ ବ୍ଲଡ୍ ପ୍ଲେଟଲେଟ୍ ଲାଗୁଛି । ଲୋକେ ସଚେତନ ନହେଲେ ଆଗକୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିପାରେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଅଧୀକ୍ଷକ।..

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!