ରାଜଧାନୀ ଏକ୍ସପ୍ରେସ୍‍ ତେଜସ୍‍ ରାକ , ଉଦ୍‍ଘାଟନ କରିବେ ରେଳମନ୍ତ୍ରୀ

ଭୁବନେଶ୍ୱର,୧୪।୮: ରାଜଧାନୀ ଏକ୍ସପ୍ରେସ୍‍ ତେଜସ୍‍ ରାକ , ଉଦ୍‍ଘାଟନ କରିବେ ରେଳମନ୍ତ୍ରୀ|ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୂର୍ବାହ୍ନ ୧୦ଟା ୪୫ରେ ତେଜସ୍‍ ରାକ୍‍ଯୁକ୍ତ ରାଜଧାନୀ ଏକ୍ସପ୍ରେସ୍‍କୁ ଉଦ୍‍ଘାଟନ କରିବେ । ସେହିପରି ଅପରାହ୍ଣ ଗୋଟାଏରେ ଖୋର୍ଦ୍ଧାରୋଡ୍‍ ଷ୍ଟେସନ୍‍ରେ ଟ୍ରେନ୍‍ ମ୍ୟାନେଜମେଣ୍ଟ୍‍ ସେଣ୍ଟର୍‍କୁ ମଧ୍ୟ ଉଦ୍‍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରେଳ ଯାତ୍ରାକୁ ସୁଗମ କରିବା ସହ ଯାତ୍ରୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇ ଦେବା ଏହି ତେଜସ୍‍ ରାକ୍‍ର ଲକ୍ଷ୍ୟ । ଏହା ରାଜଧାନୀ ଏକ୍ସପ୍ରେସର ସଂଯୋଗ ହେବା ପରେ ଟ୍ରେନ୍‍ର ଘଣ୍ଟାପ୍ରତି ବେଗ ୨୦୦ କିଲୋମିଟରକୁ ବୃଦ୍ଧି ପାଇବ । କଟକ ରେଳ ଷ୍ଟେସନର ନବକଳେବର ଦିଗକୁ ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।ଅନ୍ୟପଟେ କଟକ ରେଳଷ୍ଟେସନ୍‍କୁ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାପାଇ ଆରମ୍ଭ ହୋଇଥିବା ଉନ୍ନୟନ କାର୍ଯ୍ୟକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି । ୩୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏହାର ବିକାଶ କାର୍ଯ୍ୟ କରାଯାଉଛି । ଏହା ଆସନ୍ତା ବର୍ଷେ ମଧ୍ୟରେ ଶେଷ କରିବାପାଇଁ ରେଳମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଷ୍ଟେସନ୍‍ର ପୂର୍ବ ଓ ପଶ୍ଚିମ ପାର୍ଶ୍ୱ ପ୍ରବେଶ ପଥର ଉନ୍ନୟନ କାର୍ଯ୍ୟ ଚାଲିଛି । ଏହି ସମୟରେ ମନ୍ତ୍ରୀ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁବିଧା ଓ ସୁଯୋଗ ସମ୍ପର୍କରେ ପଚାରି ବୁଝିଥିଲେ । ଏହାସହ ଷ୍ଟେସନ୍‍ରେ ସ୍ୱଚ୍ଛତା ବ୍ୟବସ୍ଥାର ତଦାରଖ କରିଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!