ଶିମଲା, ୧୪ା୮: ହିମାଚଳପ୍ରଦେଶର ସୋଲାନ ଜିଲ୍ଲାରେ ବାଦଲଫଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କନ୍ଦାଘାଟ ସବ୍ଡିଭିଜନ ଜାଡୋନ ଗାଁର ବୋଲି ସୂଚନା ମିଳିଛି। ସେପଟେ ମାମ୍ଲିଗ ଗାଁରେ ବାଦଲଫଟା ବର୍ଷା ପରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏଥିସହ ୨ଟି ଘର ମଧ୍ୟ ଧୋଇ ହୋଇଯାଇଥିବା ସୂଚନା ମିଳିଛିହିମାଚଳ ପ୍ରଦେଶର ଶିମଲା ସହରରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଏଠାରେ ଶିବ ବୈରୀ ମନ୍ଦିରରେ ଭୂସ୍ଖଳନ ଘଟିଛି। ପ୍ରାରମ୍ଭିକ ସୂଚନାରେ, କୁହାଯାଇଛି ଯେ ୩୨-୩୦ଲୋକ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି। ଶିମଲାର ଗ୍ରୀଷ୍ମହିଲ ନିକଟରେ ଏହି ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଏହି ଘଟଣା ସକାଳ ପ୍ରାୟ ସାତଟା ବେଳେ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ଲୋକମାନେ ପୂଜା କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ଏକ ଭୂସ୍ଖଳନ ଘଟିଥିଲା ଏବଂ ଏହି ଲୋକମାନେ ଭଗ୍ନାବଶେଷ ତଳେ ପୋତି ହୋଇଥିଲେ। ବଡ କଥା ହେଉଛି ଏଠାରେ ଲଗାତାର ଭୂସ୍ଖଳନ ଘଟୁଛି ଏବଂ ଏହି କାରଣରୁ ରିଲିଫ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାଁନ୍ତି। ସ୍ଥାନୀୟ ଲୋକ କହିଛନ୍ତି ଯେ, ବହୁ ସଂଖ୍ୟକ ଲୋକଙ୍କୁ ଭଗ୍ନାବଶେଷ ତଳେ ପୋତି ହୋଇଯାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |