ବରଗଡ଼,୧୪।୮:ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ବୀର ଯବାନ ନୀଳାଚଳ ପଟେଲଙ୍କ ପାର୍ଥିବ ଶରୀର। ଆଜି ସକାଳ ସମୟରେ ଜନ୍ମମାଟିରେ ପହଁଚିଲା ସହିଦ ଓଡ଼ିଆ ଯବାନଙ୍କ ମୃତଶରୀର। ସହିଦଙ୍କ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ମଧ୍ୟାହ୍ନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି । ଆଜି ସକାଳେ ବରଗଡ଼ରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନ ଜଣାଯାଇଥିଲେ ବରଗଡ଼ ଜିଲ୍ଲାପାଳ। ନୀଳାଚଳଙ୍କ ପାର୍ଥିବ ଶରୀର ବରଗଡ଼ରେ ପହଞ୍ଚିବା ପରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ପରେ ତାଙ୍କ ପାର୍ଥିବ ଶରୀରକୁ ବିଶାଳ ଶୋଭାଯାତ୍ରାରେ ପୈତୃକ ଗାଁ ସୁନାରହମା ଅଣାଯାଇଛି। ସେଠାରେ ଶେଷ ଦର୍ଶନ କରିଛନ୍ତି ପରିବାର ବର୍ଗ ଓ ଆତ୍ମୀୟସ୍ୱଜନ। ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ନୀଳାଚଳ ମଣିପୁରରେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ। ସେ ଗତ ୨୦୦୦ ମସିହାରୁ ଦେଶ ମାତୃଭୂମି ପାଇଁ ସେବା କରି ଆସୁଥିଲେ। ଶୁକ୍ରବାର ରାତିରେ ନୀଳାଚଳ ଆସାମର ଦୀନାପୁରରେ ଅନ୍ୟ ଯବାନଙ୍କ ସହ ରାତ୍ରୀକାଳିନ ଡ୍ୟୁଟି କରୁଥିଲେ। ଏହି ସମୟରେ ସଡ଼କ ଦୁର୍ଘଟଣାରେ ନୀଳାଚଳ ସହିଦ ହୋଇଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |