ସାର ଦୋକାନ ଉପରେ ଏନଫୋର୍ସ ମେଣ୍ଟ ଟିମର ଚଢ଼ାଉ, ସାର ଔଷଧ ଜବତ,ଦୋକାନ ସିଲ

ରାଜକନିକା, ୧୪/୮ : କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ବେଆଇନ ସାର ଓ କୀଟନାଶକ ବିକ୍ରି ଅଭିଯୋଗରେ ଏନଫୋର୍ସ ମେଣ୍ଟ ଟିମର  ଚଢ଼ାଉ। କଣ୍ଟପଡ଼ା ବଜାରରେ ଦୀର୍ଘ ଦିନ ହେବ ବିନା ଲାଇସେନ୍ସରେ ଦୋକାନ ଖୋଲି ଜଣେ ବ୍ୟବସାୟୀ ଚଢ଼ାଦରରେ ସାର୍ ଓ କୀଟନାଶକ ଔଷଧ ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ହେବା ପରେ ଆଜି ଅପରାହ୍ନରେ ଯୁଗ୍ମ କୃଷି ନିର୍ଦେଶକ ହିମାଂଶୁ ମୋହନ ମିଶ୍ରଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ ବେଆଇନ ଭାବେ ଚାଲିଥିବା ସାରଦୋକାନ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କାଗଜପତ୍ର ଯାଞ୍ଚ କରିବାରୁ ବିନା ଲାଇସେନ୍ସରେ ଦୋକାନଟି ଚାଲୁଥିବା ଜଣାପଡିଥିଲା। ପରେ ଦୋକାନରେ ଥିବା ସମସ୍ତ ସାର ଓ କୀଟନାଶକ ଔଷଧକୁ ଜବତ କରିବା ସହ ଦୋକାନକୁ ସିଲ କରାଯାଇଛି। ଆଇନ ଅନୁଯାଇ ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ବିଭାଗର ଯୁଗ୍ମ ନିର୍ଦେଶକ ଶ୍ରୀମିଶ୍ର କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!