ନୂଆଦିଲ୍ଲୀ,୧୪।୮: ଆସନ୍ତା କାଲି ଅର୍ଥାତ୍ ଅଗଷ୍ଟ ୧୫ରେ ଭାରତ ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ବାଧୀନତା ଦିବସ ପୂର୍ବରୁ ଦେଶ ତ୍ରୀରଙ୍ଗା ରଙ୍ଗରେ ରଙ୍ଗୀନ ହେଉଛି। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ୭୭ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରୁଛନ୍ତି।ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ମୋର ପ୍ରିୟ ଦେଶବାସୀ, ଦେଶର ୭୭ତମ ସ୍ବାଧୀନତା ଦିବସରେ ମୋର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ଦିନଟି ଆମ ସମସ୍ତଙ୍କ ପାଇଁ ଗର୍ବିତ ଏବଂ ପବିତ୍ର। ଚାରିଆଡେ ଉତ୍ସବର ପରିବେଶ ଦେଖି ମୁଁ ବହୁତ ଖୁସି। ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ ସମସ୍ତ ଦେଶବାସୀ ଅମୃତ ମହୋତ୍ସବକୁ ଉତ୍ସାହର ସହ ପାଳନ କରୁଛନ୍ତି। ସମସ୍ତେ ଉତ୍ସାହର ସହ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ମୋତେ ମୋ ପିଲାଦିନକଥା ମଧ୍ୟ ମନେ ପକାଉଛି । ତ୍ରିରଙ୍ଗା ଉତ୍ତୋଳନ ବେଳେ ଦେହରେ ବିଜୁଳିଭଳି ଶିହରଣ ଖେଳିଯାଉଥିଲା । ଏସବୁ ଉତ୍ସାହରେ ଭରି ଯାଇଥିଲା। ସ୍ୱାଧୀନତା ଦିବସ ଆମକୁ ମନେ ପକାଇ ଦିଏ ଯେ ଆମେ ବ୍ୟକ୍ତି ନୁହଁ, ଆମେ ବିଶ୍ୱର ସର୍ବବୃହତ ନାଗରିକ ସମ୍ପ୍ରଦାୟର ସଦସ୍ୟ-ଏକ ସର୍ବବୃହତ୍ ଓ ଜୀବନ୍ତ ସମୁଦାୟର ଅଂଶବିଶେଷ । ରାଷ୍ଟ୍ରପତି କହିଛନ୍ତି , ସ୍ବାଧୀନତା ଦିବସ ଆମକୁ ସ୍ମରଣ କରାଏ ଯେ ଆମେ କେବଳ ବ୍ୟକ୍ତିବିଶେଷ ନୁହଁ, ବରଂ ଆମେ ଏକ ମହାନ ସମ୍ପ୍ରଦାୟର ଏକ ଅଂଶ। ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ରର ନାଗରିକମାନଙ୍କର ଏକ ସମ୍ପ୍ରଦାୟ। ଜାତି, ଧର୍ମ, ଭାଷା ଏବଂ ଅଞ୍ଚଳ ବ୍ୟତୀତ ଆମର ପରିବାର ଏବଂ କାର୍ଯ୍ୟ କ୍ଷେତ୍ର ସହିତ ଜଡିତ ଏକ ପରିଚୟ ମଧ୍ୟ ଅଛି। କିନ୍ତୁ ଆମର ଗୋଟିଏ ପରିଚୟ ଅଛି ଯାହା ସବୁଠାରୁ ଉପରେ, ଏବଂ ଆମର ସେହି ପରିଚୟ ହେଉଛି ଭାରତର ନାଗରିକ। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଆଜି ମହିଳାମାନେ ଦେଶର ବିକାଶ ତଥା ସେବା କ୍ଷେତ୍ରରେ ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ଅବଦାନ ରଖିଛନ୍ତି ଏବଂ ଦେଶର ଗୌରବ ବଢାଉଛନ୍ତି। ଆଜି ଆମର ମହିଳାମାନେ ଏହିପରି ଅନେକ କ୍ଷେତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି, ଯେଉଁଥିରେ ସେମାନଙ୍କର ଅଂଶଗ୍ରହଣ କିଛି ଦଶନ୍ଧି ପୂର୍ବରୁ କଳ୍ପନା କରାଯାଇପାରିବନାହିଁ । ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦିଅନ୍ତୁ। ମୁଁ ଚାହେଁ ଆମର ମହିଳାମାନେ ସାହସର ସହିତ ସମସ୍ତ ପ୍ରକାରର ଆହ୍ବାନର ସମ୍ମୁଖୀନ ହୁଅନ୍ତୁ ଏବଂ ଜୀବନରେ ଆଗକୁ ବଢନ୍ତୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |