ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ : ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୧୪।୮: ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଓଡ଼ିଶାକୁ ଆଉ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ମିଳିବ । ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।ଆଜି ଭୁବନେଶ୍ୱର ରେଳଷ୍ଟେସନଠାରେ ଅତ୍ୟାଧୁନିକ ତେଜସ୍ ରେକଯୁକ୍ତ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, ଓଡ଼ିଶାରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ ନିମନ୍ତେ ରୁଟ୍ ଚାର୍ଟ ଚୂଡ଼ାନ୍ତ ହୋଇସାରିଛି ଓ ଏହା ରାଉରକେଲା, ସୁନ୍ଦରଗଡ଼, ତାଳଚେର ଓ ଅନୁଗୋଳ ଦେଇ ଚଳାଚଳ କରିବ । ଗତ ମେ’ ୧୮ତାରିଖରେ ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ  ଲୋକାର୍ପଣ କରିବାବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଆଉ ଏକ ସେମି ହାଇସ୍ପିଡ୍ ଟ୍ରେନ ବନ୍ଦେ ଭାରତ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତିକୁ ରକ୍ଷା କରି ରେଳ ମନ୍ତ୍ରଣାଳୟ ରାଉରକେଲା ଓ ଭୁବନେଶ୍ୱର ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଏହି ଟ୍ରେନ କେବେ ଚାଲିବ ସେ ସମ୍ପର୍କରେ  ଶ୍ରୀ ବୈଷ୍ଣବ ସୂଚନା ନାହାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!