ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ୯୫୪ ଜଣ ପୁଲିସ କର୍ମୀଙ୍କୁ ମିଳିବ ପୁଲିସ ପଦକ

ନୂଆଦିଲ୍ଲୀ,୧୪।୮:   ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ବୀରତା ପାଇଁ  ସିଆରପିଏଫ୍ କର୍ମୀ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ ରାଷ୍ଟ୍ରପତି ପଦକ ପାଇବା ଲାଗି ମନୋନୀତ ହୋଇଛନ୍ତି । ୨୨୯ ପୁଲିସ କର୍ମୀଙ୍କୁ ସାହସିକତା ପୁଲିସ ପଦକ ମିଳିବାକୁ ଥିବା ବେଳେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ୮୨ ଜଣ ପୁଲିସ କର୍ମଚାରୀଙ୍କ ନାମ ଘୋଷଣା କରାଯାଇଛି । ୬୪୨ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ପ୍ରଦାନ କରାଯିବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।ଆସନ୍ତାକାଲି ସାରା ଦେଶ ପାଳିବ ସ୍ୱାଧୀନତାର ୭୭ ବର୍ଷ । ଭାରତ ସ୍ୱାଦୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ଦେଶର ସାହସୀ ପୋଲିସ ଅଫିସରଙ୍କୁ ପୋଲିସ ପଦକ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ଦେଶର ୯୫୪ ଜଣଙ୍କୁ ଏହି ପୋଲିସ ପଦକ ପ୍ରଦାନ କରାଯିବ । ତେବେ ଏହି ୯୫୪ ଅଧିକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି ୪ ଜଣ ଓଡ଼ିଆ । ସାହସିକତା ଏବଂ ସେବା ମନୋଭାବ ଯୋଗୁଁ ସେମାନଙ୍କୁ ପବିତ୍ର ଉତ୍ସବରେ ସମ୍ମାନିତ କରାଯିବ ।ଏହି ତାଲିକାରେ ହୋମଗାର୍ଡ, ସିଭିଲ ଡିଫେନ୍ସରେ ଓଡ଼ିଶାର ମୋଟ ୪ ଜଣଙ୍କୁ ରାଷ୍ଟ୍ରପତି ପଦକରେ ସମ୍ମାନିତ କରାଯିବ । ଆଗ୍ନିକ ହେମନ୍ତ ସେଠୀଙ୍କ ରାଷ୍ଟ୍ରପତି ସାହସିକତା ପଦକ ସମ୍ମାନ ପାଇଁ ଚୟନ କରାଯାଇଥିବା ବେଳେ ହୋମଗାର୍ଡ ସୀମାଞ୍ଚଳ ନାୟକ, ଗାୟତ୍ରୀ ସିଂହ ପାଇବେ ବିଶିଷ୍ଟ ସେବା ପଦକ । ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ନୃସିଂହ ମହାପାତ୍ରଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଏହାସହିତ ସୁବେଦାର ପ୍ରହଲ୍ଲାଦ ହିମିରିକା, ଏସଆଇ ସନ୍ତୋଷ କୁମାର ଗୁରୁ,କମାଣ୍ଡୋ ସୁନୀଲ ବରିହା ଏବଂ ସୁଜିତ କୁମାର ରଣାଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ । ଏହାବ୍ୟତୀତ ଅତି ଉଲ୍ଲେଖନୀୟ ସେବା ପାଇଁ ଏଡିଜି ସଞ୍ଜୟ କୁମାର, ଅତିରିକ୍ତ ଏସପି ରବିନ୍ଦ୍ରନାଥ ଶତପଥୀଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ । ସେହିପରି ପ୍ରଶଂସନୀୟ ସେବା ପାଇଁ ୧୧ ଜଣ ଅଧିକାରୀଙ୍କୁ ପୁଲିସ ପଦକ ଦିଆଯିବ । ପ୍ରଶଂସନୀୟ ସେବା ପାଇଁ ଅତିରିକ୍ତ ଏସପି ବେଣୁଧର ନାୟକ, ଡିଏସପି ରାଜୀବ ଲୋଚନ ପଣ୍ଡାଙ୍କ ସମେତ ଡିଏସପି ଭିଜିଲାନ୍ସ ଅମିତା ତ୍ରିପାଠୀ, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତଙ୍କୁ ପଦକ ଦେଇ ସମ୍ମାନିତ କରାଯିବ । ସେହିପରି କନେଷ୍ଟବଳ ପିଟର ତୀର୍କି, ଏଏସଆଇ ଗୁପ୍ତ ପ୍ରସାଦ ମହାନ୍ତି, ଏସଆଇ ଦିଲ୍ଲୀପ କୁମାର ନାଏକ, କନେଷ୍ଟବଳ ସୁଶାନ୍ତ କୁମାର ମାଝୀ ଏବଂ ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନଙ୍କୁ ଦିଆଯିବ ସେମାନଙ୍କ ଉଚ୍ଚକୋଟୀର ସେବା ମନୋଭାବର ପୁରସ୍କାର । ଏହି ଉତ୍ସବରେ ଦେଶର ୨୨୯ ଜଣଙ୍କୁ ସାହସିକତା ପାଇଁ ପୁଲିସ ପଦକ ଦିଆଯିବାକୁ ଥିବା ବେଳେ ୮୨ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ । ଏହାବ୍ୟତୀତ ୬୪୨ ଜଣଙ୍କୁ ପ୍ରଶଂସନୀୟ ସେବା ଯୋଗୁଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!