ନୂଆଦିଲ୍ଲୀ,୧୪।୮ : ଆସନ୍ତାକାଲି ସ୍ବାଧୀନତା ଦିବସ ।ଅଗଷ୍ଟ ୧୫ ପାଇଁ ହାଇଆଲର୍ଟରେ ଦିଲ୍ଲୀ। ସ୍ବାଧୀନତା ଦିବସ ପୂର୍ବରୁ ଲାଲକିଲ୍ଲାରେ ବିଭିନ୍ନ ଆର୍ମଡ ଫୋର୍ସ ପକ୍ଷରୁ ଫୁଲ୍ ଡ୍ରେସ୍ ରିହର୍ସଲ କରାଯାଇଛି। ସ୍ବାଧୀନତା ଦିବସରେ ସମସ୍ତ ଉତ୍ସବକୁ ସଫଳତାର ସହିତ ପାଳନ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡିକ ବିସ୍ତୃତ ବ୍ୟବସ୍ଥା କରିଛନ୍ତି । ଦିଲ୍ଲୀ ସୁରକ୍ଷା ଛାଉଣୀରେ ପରିଣତ କରାଯାଇଛି। ଏହି ବ୍ୟବସ୍ଥା ବିଷୟରେ ଅବଗତ ଥିବା ଅଧିକାରୀମାନେ କହିଛନ୍ତି ଦିଲ୍ଲୀ-ଏନସିଆରର ଲୋକମାନେ ନିରାପଦରେ ରହି ଟ୍ରାଫିକ ସୁରୁଖୁରୁରେ ସୁନିଶ୍ଚିତ କରିବା ପାଇଁ ମଙ୍ଗଳବାର ସ୍ବାଧୀନତା ଦିବସରେ ୧୦ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। ସେ କହିଛନ୍ତି ଏହା ସହିତ ଉତ୍ସବରେ ସଜାଗ ରହିବାକୁ ଅନ୍ୟ ଅଧିକାରୀ ମଧ୍ୟ ନିୟୋଜିତ ହେବେ।ଦିଲ୍ଲୀର ଲାଲ୍କିଲ୍ଲାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପାରମ୍ପରିକଭାବେ ଦେଶକୁ ସଂବୋଧିତ କରିବେ। ଶାସନରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ‘ଜନ ଭାଗୀଦାରି’ର ଅଂଶ ସ୍ବରୂପ ଏହି ଉତ୍ସବରେ ପ୍ରାୟ ୧୮୦୦ ‘ସ୍ୱତନ୍ତ୍ର ଅତିଥି’ ଯୋଗଦେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |