ନୂଆଦିଲ୍ଲୀ,୧୫।୮:୭୭ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମ୍ପ୍ରତିକ ପରିବେଶରୁ ଊର୍ଦ୍ଧ୍ବକୁ ଯାଇ ଦେଶବାସୀ ସ୍ବାଧୀନତା ଦିବସ ପାଳନ କରିବାକୁ ନେଇ ରାଷ୍ଟ୍ରପତି ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ପ୍ରାଚୀନ କାଳରୁ ଭାରତର ତୃଣମୂଳସ୍ତରରୁ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡିକ କାର୍ଯ୍ୟ କରିଆସୁଥିଲା। ମାତ୍ର ଦୀର୍ଘ ବର୍ଷର ଉପନିବେଶବାଦ ଶାସନ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନଷ୍ଟ କରିଦେଇଥିଲା। ୧୯୪୭ ଅଗଷ୍ଟ ୧୫ ତାରିଖରେ ଦେଶ ଏକ ନୂଆ ସକାଳ ଦେଖିଲା। ଏହି ଦିନ ଆମେ ବିଦେଶ ଶାସନରୁ ମୁକ୍ତ ହେବା ସହିତ ଆମେ ଆମର ଭାଗ୍ୟ ଓ ଭବିଷ୍ୟତ ଲେଖିବାର ସ୍ବାଧୀନତା ପାଇଲୁ।ଉଦ୍ୟାନ ଉତ୍ସବ-୨କୁ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦ୍ଘାଟନ କରିଛନ୍ତି। ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ (ସୋମବାର ବ୍ୟତୀତ) ଗୋଟିଏ ମାସ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ଅମୃତ ଉଦ୍ୟାନ ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ କେବଳ ଶିକ୍ଷକମାନଙ୍କ ପାଇଁ ଖୋଲା ରହିବ। ଚଳିତ ବର୍ଷରୁ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ବର୍ଷକୁ ଦୁଇଥର ଖୋଲାଯାଉଛି।ଏଥିପାଇଁ ଅଗଷ୍ଟ ୭ରୁ ଅନଲାଇନ ବୁକିଂ ଆରମ୍ଭ ହୋଇଛି। ଆଗନ୍ତୁକମାନେ ସକାଳ ୧୦ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ପରିଦର୍ଶନ କରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |