ଜିଲ୍ଲାସ୍ତରୀୟ ସମାରୋହକୁ ଯାଇଥିଲେ ନକଲି ଯବାନ

ପୁରୀ,୧୫।୮:ପୁରୀର ଇଣ୍ଡୋର ଷ୍ଟାଡିୟମରେ ଆଜି ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଇଁ ସମାରୋହ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଏଠାରେ ଜଣେ ଯୁବକ ନକଲି ସେନା ବେଶରେ ଚୌକିରେ ବସିଥିବା ମୁତୟନ ଥିବା ପୁଲିସ କର୍ମଚାରୀମାନେ ଜାଣିବାକୁ ପାଇଥିଲା। ସ୍ଥାନୀୟ କୁମ୍ଭାରପଡ଼ା ଅଞ୍ଚଳର ସୁନୀଲ କୁମାର କେଉଁ ଉଦ୍ଦେଶ୍ୟ ରଖି ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲା ସ୍ତରୀୟ ସମାରୋହକୁ ଯାଇଥିଲେ  ତାହା ଜଣାପଡ଼ି ନାହିଁ। ପୂରା ଭାରତ ସମେତ ଓଡ଼ିଶାର ଗାଁରୁ ସହର ଯାଏଁ ମଙ୍ଗଳବାର ଦିନ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସ୍କୁଲ, କଲେଜ, ବିଶ୍ବବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବ୍ୟତୀତ ଯୁବକ ସଂଘ ଏବଂ ଅନ୍ୟାନ୍ୟ ସଂଗଠନରେ ମଧ୍ୟ ଉତ୍ସାହର ସହିତ ସ୍ବାଧୀନତା ଦିବସର ଆୟୋଜ କରାଯାଇଛି। ଏହି ଅବସରରେ ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଓ ରାଜ୍ୟର ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ପୁରୀର ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳନ କରାଯାଇଛି। କିନ୍ତୁ କାର୍ଯ୍ୟକ୍ରମ ପୂର୍ବରୁ ଏଠାରେ ଜଣେ ନକଲି ଯବାନ ଧରାପଡ଼ିଛନ୍ତି। ସେନାର ଯବାନ ଭଳି ଦେଖାଯାଉଥିବା ନକଲି ପୋଷାକ ପିନ୍ଧି ସ୍ବାଧୀନତା ଦିବସ ଅବସରରେ ଆୟୋଜିତ ସମାରୋହରେ ଯୋଗଦେଇଥିବା ଯୁବକ ହେଲେ ସୁନୀଲ କୁମାର। ସେ ସ୍ଥାନୀୟ କୁମ୍ଭାରପଡ଼ା ଥାନା ଅଞ୍ଚଳର‌ ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!