ରାଞ୍ଚି, ୧୫।୮: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଜଣେ ସବ୍-ଇନ୍ସପେକ୍ଟର ଏବଂ ଜଣେ ହାବିଲଦାର ଅଛନ୍ତି।ସୂଚନାନୁଯାୟୀ, ସୋମବାର ଅପରାହ୍ନରେ ପଶ୍ଚିମ ସିଂହଭୂମର ଟୋଣ୍ଟୋ ଥାନା ଅଞ୍ଚଳର ତୁମ୍ବାହାକାରେ ଏହି ଘଟଣା ଘଟିଛି। ଏଥିରେ ସବ୍ ଇନ୍ସପେକ୍ଟର ଅମିତ ତିଓ୍ବାରୀ ଏବଂ ହାବିଲଦାର ଗୌତମ କୁମାର ଶହୀଦ ହୋଇଛନ୍ତି। ଅମିତ ୨୦୧୨ର ଥିବା ବେଳେ ଦୁହେଁ ଝାଡଖଣ୍ଡର ଜାଗୁଆର ଫୋର୍ସରେ ସାମିଲ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |