ଆଜି ଓଡ଼ିଶା ଆସିବେ କେନ୍ଦ୍ର ଅର୍ଥମନ୍ତ୍ରୀ,

ଭୁବନେଶ୍ୱର,୧୬।୮: ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ |ଆଜି ସନ୍ଧ୍ୟାରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଦୁଇ ଦିନିଆ ଗସ୍ତରେ ଆସି ସେ ଭୁବନେଶ୍ୱର ବିମାନବନ୍ଦରରେ ରାତି ୮ ଟାରେ ପହଞ୍ଚି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଓଡ଼ିଶାର ପ୍ରବୀଣା ନାରୀ ନେତ୍ରୀ , କଟକ ମହାନଗର ନିଗମର ପ୍ରଥମ ମେୟର ତଥା ପୂର୍ବତନ ବିଧାୟିକା ସ୍ୱର୍ଗତା ନିବେଦିତା ପ୍ରଧାନଙ୍କର ସ୍ମୃତି ଉଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଭୁବନେଶ୍ୱରର ରାଜ୍ୟ କାର୍ଯ୍ୟାଳୟଠାରେ ଯୋଗଦେବେ।ଦଳୀୟ ନେତୃତ୍ୱଙ୍କ ସହ ପ୍ରାୟ ଅଧ ଘଣ୍ଟା ଆଲୋଚନା ପରେ, ସେ ସିଧାସଳଖ ପୁରୀ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ। ଆସନ୍ତାକାଲି ସକାଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଜଗନ୍ନାଥ ଦର୍ଶନ କରିବାସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଶେଷରେ ସନ୍ଧ୍ୟା ୫ଟାରେ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ଯୋଗ ଦେବେ। ଆସନ୍ତାକାଲି ସନ୍ଧ୍ୟା ୭ଟା ୫ମିନିଟରେ ସେ ଦିଲ୍ଲୀ ଫେରିଯିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!