ନୂଆଦିଲ୍ଲୀ,୧୬।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରୀ ଦିଆଯାଇଛି | କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଇ-ବସ୍ ସେବାକୁ ଅନୁମୋଦନ କରାଯାଇଛି। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି। ସାରା ଦେଶରେ ପ୍ରାୟ ୧୦୦୦୦ ନୂତନ ଇଲେକ୍ଟ୍ରିକ୍ ବସ୍ ଉପଲବ୍ଧ ହେବ | ୫୭,୬୧୩ କୋଟି ଟଙ୍କା ମଧ୍ୟରୁ ୨୦,୦୦୦ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ଯୋଜନାରେ ୩ ଲକ୍ଷ ଏବଂ ତଦୁର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବ। ଏହି ଯୋଜନା ଅଧୀନରେ ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି) ମଡେଲରେ ୧୦୦୦୦ ଇ-ବସ୍ ସହିତ ସିଟି ବସ୍ ଚଳାଯିବ | ପାଖାପାଖି ୧୬୯ଟି ସହରରେ ଇଲେକ୍ଟ୍ରିକ ବସ ଚାଲିବାକୁ ଥିବାବେଳେ ଏହି ଯୋଜନାରେ ୧୦ ବର୍ଷ ପାଇଁ ବସ୍ ଚଳାଚଳ କରିବ |ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ । ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ ସହାୟତା । କୌଳିକ ବୃତ୍ତି କରୁଥିବା ଲୋକ ହେବେ ଉପକୃତ । ସେହିଭଳି ଇ-ବସ୍ ସେବାକୁ ମଧ୍ୟ ମଞ୍ଜୁରୀ ମିଳିଛି । ପିଏମ୍ ଇ-ବସ୍ ସେବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ଦେଶର ପ୍ରାୟ ଶହେଟି ସହରରେ ଚାଲିବ ଇଲେକ୍ଟ୍ରି ବସ୍ । ୫୭,୬୧୩ କୋଟି ବ୍ୟୟରେ ୧୦ ହଜାର ଇ- ବସ୍ ଚାଲିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ୩ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଚାଲିବ ଇଲେକ୍ଟ୍ରି ବସ୍। ପିପିପି ମୋଡରେ ଇ- ବସ୍ ସେବା ପରଚାଳିତ ହେବ ବୋଲି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି ।ତେବେ ‘ବିଶ୍ୱକର୍ମା ଯୋଜନା’ ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |