ଶୁକ୍ରବାର ରାଜ୍ୟର ସବୁ ବ୍ଲକ ଘେରାଉ କରିବ କଂଗ୍ରେସ : ପିସିସି ସଭାପତି

ଭୁବନେଶ୍ୱର,୧୬ା୮:  ଆସନ୍ତା 18 ତାରିଖରେ 314 ବ୍ଲକ ଘେରାଉ କରିବ ରାଜ୍ୟ କଂଗ୍ରେସ । ରାଜ୍ୟରେ ବଢ଼ି ଚାଲିଥିବା ପିସି କାରବାରକୁ ତୁରନ୍ତ ବନ୍ଦ କରିବା ସହ ଖାଲି ପଡ଼ିଥିବା ୨.୨୬ଲକ୍ଷ ପଦବୀରେ ରାଜ୍ୟର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ସମେତ ମୋଟ ୯ଦଫା ଦାବିରେ ପ୍ରଦେଶ କଂଗ୍ରେସ ଆସନ୍ତା ୧୮ତାରିଖ ଶୁକ୍ରବାର ସବୁ ବ୍ଲକ ଘେରାଉ କରିବ । ରାଜ୍ୟ ସରକାରଙ୍କ ଜନମାରଣ ନୀତି ଓ ଦୁର୍ନୀତି-ଅନିୟମିତତା ପ୍ରତିବାଦରେ ବ୍ଲକ ଘେରାଉ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି ।9 ଦଫା ଦାବିରେ ବ୍ଲକ ଘେରାଉ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । 24 ବର୍ଷ ହେଲା ବିଜେଡି ଓଡିଶା ଲୋକଙ୍କ ପାଇଁ କିଛି ଆଖି ଦୃଶିଆ କାମ କରି ନାହାଁନ୍ତି । ଯୋଜନା ପରେ ଯୋଜନା ଯୋଜନା ଘୋଷଣା ହେଉଛି । ନିର୍ବାଚନ ପରେ ବନ୍ଦ ହୋଇ ଯାଉଛି । ତେବେ କଂଗ୍ରେସର ଦାବି ଗୁଡିକ ହେଲା, 15 ରୁ 50 ପ୍ରତିଶତ ପର୍ଯ୍ୟନ୍ତ ବ୍ଲକ ସ୍ତରରେ ଚାଲିଥିବା ପିସି କାରବାର ବନ୍ଦ ହେଉ । ପାୱାର କଟ୍ ବନ୍ଦ ହେଉ , ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର ହେଉ । ରାଜ୍ୟର ବେକାର ଯୁବକଙ୍କୁ ଚାକିରୀ ଦିଆଯାଉ । ଧାନ କିଣାରେ କଟନି ଛଟନି ବନ୍ଦ କରାଯାଉ । ଚାଷୀଙ୍କୁ ଉପଯୁକ୍ତ ଦର ମିଳୁ । ପ୍ରଧାନମନ୍ତ୍ରୀ ଆବାସରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆ ଯାଉ । ଦର ଦାମ ବୃଦ୍ଧିକୁ ତୁରନ୍ତ କମ କରନ୍ତୁ । ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି, ଜଳ ସେଚନ ଓ ଜଳ ବିଦ୍ୟୁତ କ୍ଷେତ୍ରରେ ଯାହା ହୋଇଛି କଂଗ୍ରେସ ସରକାର ସମୟରେ ହୋଇଛି । ବିଜେଡି ସରକାରରେ ମହାନଦୀରେ ଗୋଟିଏ ବ୍ୟାରେଜ ବି ହୋଇ ନାହିଁ । ରାଜ୍ୟରେ ଶିଳ୍ପର ବିକାଶ ହୋଇନାହିଁ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!