ଭଦ୍ରକ,୧୬ା୮ : ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ସୁଗନ୍ଧା ଦାସ। ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ।୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭଦ୍ରକ ବ୍ଲକ ସିଡିପିଓ ସୁନନ୍ଦା ଦାସ। ଭଦ୍ରକ ବ୍ଲକ ସରଗଢ଼ିଆ ଗ୍ରାମର ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତି ପାଇଁ ୨୦୨୦ରେ ପ୍ରଶାନ୍ତ କୁମାର ସେଠୀଙ୍କ ଝିଅ ଇତିଶ୍ରୀଙ୍କୁ ସିଡିପିଓ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେତେବେଳେ ଇତିଶ୍ରୀ ଲାଞ୍ଚ ଦେଇ ନ ଥିଲେ। ତେବେ ଲାଞ୍ଚ ନ ଦେଲେ ଚାକିରିରୁ ବାହାର କରିଦେବାକୁ ବାରମ୍ବାର ଧମକ ଦେଉଥିଲେ ସିଡିପିଓ। ତେବେ ବୁଧବାର ପ୍ରଶାନ୍ତଙ୍କ ଠାରୁ ଡିଏସ୍ଡବ୍ଲ୍ୟୁଓ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ସିଡିପିଓ ସୁନନ୍ଦା ଦାସ ଓ ସୁପର ଭାଇଜର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ଇତିଶ୍ରୀଙ୍କ ନିଯୁକ୍ତି ପାଇଁ ଭଦ୍ରକ ସିଡିପିଓ ପଚାଶ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ସେହି ଅନୁଯାୟୀ ଆଜି ଦଶ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଚଡ଼ାଉ ବେଳେ ବାଲେଶ୍ୱର ଭିଜିଲାନ୍ସ ଅତିରିକ୍ତ ଏସପି ହରେକୃଷ୍ଣ ମାଝୀ, ଭଦ୍ରକ ଡ଼ିଏସପି ସନ୍ତୋଷ କୁମାର ସାମନ୍ତରାୟ, ଇନ୍ସପେକ୍ଟର ଉଲିପି ବେହେରାଙ୍କ ସମେତ ଭିଜିଲାନ୍ସ ବିଭାଗର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଘଟଣାର ଅଧିକ ତଦନ୍ତ ପାଇଁ ଡିଏସପି ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚରାଉଚରା କରିଥିଲେ। ପରେ ଉଭୟଙ୍କୁ ଭିଜିଲାନ୍ସ ଅଫିସକୁ ନେଇଯାଇଥିଲେ। ଏ ସମ୍ପର୍କରେ ଅଙ୍ଗନବାଡ଼ି କର୍ମୀ ଇତିଶ୍ରୀଙ୍କ ଦାଦା ପ୍ରଶାନ୍ତ ବାଲେଶ୍ଵର ଭିଜିଲାନ୍ସ ଏସ ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏହି ଚଢ଼ାଉ କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |