ନୂଆଦିଲ୍ଲୀ,୧୬ା୮:ମୋଦୀ ସରକାର ନେହେରୁ ସଂଗ୍ରହାଳୟର ନାମ ବଦଲାଇ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କରିଦେଇଛନ୍ତି । ଏନେଇ କଂଗ୍ରେସ ବିରୋଧ କରିଛି ।ନେହରୁ ମେମୋରିଆଲ୍ ମ୍ୟୁଜିୟମ ଓ ଲାଇବ୍ରେରୀ(ଏନଏମଏମଏଲ)ର ନାଁ ବଦଳିଛି। ଏଣିକି କେନ୍ଦ୍ରୀୟ ଦିଲ୍ଲୀର ତିନ ମୁର୍ତ୍ତୀ ମାର୍ଗରେ ଥିବା ଏନଏମଏମଏଲ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟ ଭାବେ ପରିଚୟ ହାସଲ କରିଛି। ଜୁନ ମାସରୁ ନାଁ ବଦଳାଇବା ନିଷ୍ପତ୍ତି ହୋଇଥିଲା। ଆଜି ବିଧିବଦ୍ଧ ଭାବେ ମ୍ୟୁଜିୟମରୁ ନେହୁରଙ୍କ ନାଁକୁ ହଟାଇ ଦିଆଯାଇଛି।ବ୍ରିଟଶ ଶାସନ ବେଳେ ଏହାକୁ ବ୍ରିଟିଶ ଫୋର୍ସର କମାଣ୍ଡର ଇନ ଚିଫ୍ଙ୍କ ବାସଭବନ ଭାବେ ବ୍ୟବହାର କରାଯାଉଥିଲା। ସ୍ୱାଧୀନତା ପରେ ପ୍ରଧାନମନ୍ତ୍ରୀ ନେହରୁ ଏହାକୁ ସରକାରୀ ବାସଭବନରେ ପରିଣତ କରିଥିଲେ। ତାଙ୍କ ଦେହାନ୍ତ ପରେ ଏହା ଗୋଟିଏ ଲାଇବ୍ରେରୀ ଓ ମ୍ୟୁଜିୟମ ଭାବେ ପରିଚିତ ହୋଇଥିଲା।ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ଏହାର ପରିସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ନେହରୁଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟରେ ଦେଶର ହାସଲ କରିଥିବା ସଫଳତାର ଛବିକୁ ସ୍ଥାନ ଦିଆଯାଇଥିଲା। ଗତବର୍ଷ ଏହି ମ୍ୟୁଜିୟମକୁ ଉଦଘାଟନ ମଧ୍ୟ କରାଯାଇଥିଲା।ଏବେ ସରକାର ଏହାର ନାଁକୁ ବଦଳାଇ ଦେଇଛି। ଏହି ନାଁ ପରିବର୍ତ୍ତନକୁ ନେଇ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଲିଗାସିକୁ ଧ୍ୱଂସ କରିବା ପାଇଁ ପ୍ରସିଦ୍ଧ ପ୍ରତିଷ୍ଠାନଗୁଡ଼ିକର ନାଁ ବଦଳା ଯାଉଥିବା କଂଗ୍ରେସ କହିଥିବା ବେଳେ ବିଜେପି ବଂଶବାଦ ଅଭିଯୋଗ ଆଣି ଏହାକୁ କାଉଣ୍ଟର କରିଛି।କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଆଜି ଠାରୁ ଗୋଟିଏ ପ୍ରସିଦ୍ଧ ସଂସ୍ଥା ନୂଆ ନାଁ ପାଇଛି। ବିଶ୍ୱ ପ୍ରସିଦ୍ଧ NMML ଏବେ ପିଏମଏମଏଲ ହୋଇଛି। ଜବାହରଲାଲ ନେହରଙ୍କୁ ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଅସୁରକ୍ଷିତ ମଣୁଛନ୍ତି। ନେହରୁ ଓ ନେହରୁବାଦ ଲିଗାସିକୁ ଗ୍ରହଣ ନ କରିବା, ବିକୃତ କରିବା, ବଦନାମ କରିବା ଓ ଧ୍ୱଂସ କରିବା ହିଁ ତାଙ୍କର ଏକ ମାତ୍ର ଲକ୍ଷ୍ୟ। ସେ N ଶବ୍ଦକୁ କାଢ଼ି P ଯୋଡ଼ିଛନ୍ତି। ଏହି ପି ସଂକର୍ଣ୍ଣୀ ମାନସିକତା ଓ ଚିଡ଼ା ପଣକୁ ଦର୍ଶାଉଛି।କିନ୍ତୁ ସେ କେବେ ହେଲେ ସ୍ୱାଧୀନତା ସଂଗ୍ରାମ ପ୍ରତି ନେହରୁଙ୍କ ଅବଦାନକୁ ଛଡ଼ାଇ ନେପାରିବେ ନାହିଁ। ଭାରତର ଗଣତନ୍ତ୍ର, ଧର୍ମନିରପେକ୍ଷତା, ସାଇଣ୍ଟିଫିକ ଓ ଉଦାରତାର ମୂଳଦୁଆ ଭଳି ନେହରୁଙ୍କ ଉପଲବ୍ଧିକୁ ସେ କେବେ ହେଲେ ଛଡ଼ାଇ ନେଇପାରିବେ ନାହିଁ। ନେହରୁଙ୍କ ଲିଗାସି ଦୁନିଆ ଆଗରେ ଜୀବିତ ରହିବ ଓ ଏହା ପରବର୍ତ୍ତୀ ପିଢ଼ିଙ୍କୁ ପ୍ରେରଣା ମଧ୍ୟ ଯୋଗାଇବ।”
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |