ଲେହ,୧୯।୮:ଲଦାଖ ଗସ୍ତରେ ଯାଇଥିବା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଶନିବାର ପାଙ୍ଗୋଙ୍ଗ ହ୍ରଦ ନିକଟରେ ସେ ବାଇକ ଚଳାଉଥିବାର ନଜର ଆସିଥିଲେ। ରାହୁଲ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ପାଙ୍ଗୋଙ୍ଗ ହ୍ରଦକୁ ଯିବା ବାଟରେ, ଯାହା ମୋ ବାପା କହୁଥିଲେ ଦୁନିଆର ସବୁଠୁ ସୁନ୍ଦର ସ୍ଥାନ। ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ଅଗଷ୍ଟ ୨୦ ରେ ପାଙ୍ଗୋଙ୍ଗ ହ୍ରଦରେ ପୂଜା କରିବେ। ଏବେ ରାହୁଲଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |