ଆଜି ଭାରତ-ଆୟର୍ଲାଣ୍ଡ୍‌ ଦ୍ବିତୀୟ ଟ୍ବେଣ୍ଟି-୨୦

ଡବଲିନ୍‌,୨୦।୮:ଆଜି ଭାରତ-ଆୟର୍ଲାଣ୍ଡ୍‌ ଦ୍ବିତୀୟ ଟ୍ବେଣ୍ଟି-୨୦ । ଭାରତ ଶୃଙ୍ଖଳା ବିଜୟ ଉପରେ ନଜର ପକାଇଛି । ଶୁକ୍ରବାର ରାତିରେ ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍‌କୁ ମାତ୍ର ୨ ରନ୍‌ DLS ନିୟମ ଅନୁସାରେ ଜିତି ଯଶପ୍ରୀତ ବୁମରାଙ୍କ ଦଳ ୧-୦ରେ ଆଗୁଆ ରହିଛି ।  ଆଜି ମ୍ୟାଚ୍‌ ଜିତିଗଲେ ଭାରତ ଏହି ୩ ମ୍ୟାଚ୍‌ ଶୃଙ୍ଖଳାକୁ ଜିତିଯିବ । ୧୧ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିବା ବୁମରା ପ୍ରଥମ ଓଭରରେ ୨ ୱିକେଟ୍‌ ନେଇ ଚମତ୍କାର ଢଙ୍ଗରେ ପ୍ରତ୍ୟାବର୍ତ୍ତନ କରିଥିବାରୁ ଦଳର ମନୋବଳ ମଧ୍ୟ ଉଚ୍ଚରେ ରହିଛି ।

ଭାରତୀୟ ଦଳ: ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍ବାଡ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା, ରିଙ୍କୁ ସିଂହ, ସଂଜୁ ସାମସନ୍‌ (ୱିକେଟରକ୍ଷକ), ଜ‌ିତେଶ ଶର୍ମା (ୱିକେଟରକ୍ଷକ), ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ସାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆୱେସ ଖାନ୍‌।

ଆୟର୍ଲାଣ୍ଡ୍ ଦଳ: ଆଣ୍ଡ୍ରିଉ ବାଲବର୍ଣ୍ଣି (ଅଧିନାୟକ), ହାରି ଟେକ୍ଟର, ଲୋର୍କାନ୍ ଟକ୍କର, ରସ୍‌ ଆଡାୟର୍‌, ମାର୍କ ଆଡାୟର୍‌, କର୍ଟିସ କାମ୍ପର୍‌, ଗାରେଥ୍‌ ଡେଲାନି, ଜର୍ଜ ଡକ୍ରେଲ୍‌, ଫିଓନ୍‌ ହାଣ୍ଡ, ଜୋସ୍ ଲିଟଲ୍‌, ବ୍ୟାରି ମ୍ୟାକର୍ଥି, ବେନ୍‌ ‌ହ୍ବାଇଟ୍‌, କ୍ରେଗ୍‌ ୟଙ୍ଗ, ଥିଓ ଭାନ୍‌ ୱରକମ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!