ନୂଆଦିଲ୍ଲୀ,୨୦।୮ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରବିବାର ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ସୋନିଆ ଗାନ୍ଧୀ ଦିଲ୍ଲୀର ବୀରଭୂମିରେ ପହଞ୍ଚିଥିଲେ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରବର୍ଟ ଭଦ୍ରା ଏବଂ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ଏହି ଅବସରରେ ଖାଗେର୍ର୍ କହିଛନ୍ତି ରାଜୀବ ଗାନ୍ଧୀ ଭାରତର ଜଣେ ମହାନ ପୁତ୍ର। ସେ ଜଣେ ନେତା ଥିଲେ ଯିଏ ଲକ୍ଷ ଲକ୍ଷ ଭାରତୀୟଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଥିଲେ। ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ସାରା ଦେଶରେ ସ୍ମରଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ ତମ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ରବିବାର ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏକ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା।ପ୍ରାର୍ଥନା ସଭା ପରେ ରାହୁଲ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ଏଠାରେ ଚିନ୍ତାର ବିଷୟ ହେଉଛି ଚାଇନା ଆମର ଜମି ଛଡ଼ାଇ ନେଇଛି, ଲୋକମାନେ କହୁଛନ୍ତି ଚାଇନା ସେନା ଏହି ଅଞ୍ଚଳରେ ପ୍ରବେଶ କରିଛି ଏବଂ ସେମାନଙ୍କର ଚାରଣ ଜମି ମଧ୍ୟ ଛଡ଼ାଇ ନିଆଯାଇଛି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଏକ ଇଞ୍ଚ ଜମି ମଧ୍ୟ ଛଡ଼ାଯାଇ ନାହିଁ। ଏହା ସତ ନୁହେଁ, ଆପଣ ଏଠାରେ କାହାକୁ ମଧ୍ୟ ପଚାରିପାରିବେ । ସ୍ଥାନୀୟ ଲୋକେ ସତ ହିଁ କହିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |