ନୂଆଦିଲ୍ଲୀ,୨୦।୮ : ଲୁନା ୨୫ର ବର୍ତ୍ତମାନ ସ୍ଥିତି କ’ଣ ରହିଛି ଏନେଇ ବୈଜ୍ଞାନିକମାନ ତଥ୍ୟ ସଂଗ୍ରହ ଜାରି ରଖିଛନ୍ତି । ମସ୍କୋ ଟାଇମ ଅନୁସାରେ ରାତି ୨ଟା ୧୦ ମିନିଟରେ ସ୍ପେସକ୍ରାପ୍ଟର କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୋଇଥିଲା । ଲୁନା-୨୫ ପ୍ରି-ଲ୍ୟାଣ୍ଡିଂ ଅରବିଟକୁ ସ୍ଥାନାନ୍ତର ହେବାକୁ ସଙ୍କେତ ଦେଇଥିଲା।ରୁଷିଆକୁ ଶକ୍ତ ଝଟକା। ଭାରସାମ୍ୟ ହରାଇ ଚନ୍ଦ୍ରରେ ଲୁନା-୨୫ କ୍ରାସ ହୋଇଛି। ମିଶନ ମୁନ ‘ଲୁନା-୨୫’ରେ ଯାନ୍ତ୍ରିକ ତ୍ରୁଟି । ଏହି ସ୍ପେସକ୍ରାପ୍ଟ ଅବତରଣ କରିବା ପୂର୍ବରୁ ଜରୁରୀକାଳିନ ସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏନେଇ ରୁଷିଆ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଅଗଷ୍ଟ ୧୦ ତାରିଖରେ ତାରିଖରେ ମିଶନ ଲୁନା-୨୫କୁ ଚନ୍ଦ୍ରକୁ ପଠାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |