ଅଵତରଣ ପୂର୍ଵରୁ ଚନ୍ଦ୍ରରୁ ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ,୨୧।୮: ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ପକ୍ଷରୁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ଚନ୍ଦ୍ରର ପାଖାପାଖି ହେଉଛି ଚନ୍ଦ୍ରଯାନ। ଆସନ୍ତା ୨୩ତାରିଖ ସନ୍ଧ୍ୟା ୬ଟା ୪ ମିନିଟ ସମୟରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ତେବେ ସେହିଦିନ ଅପରାହ୍ନ ୫ଟା ୪୫ରୁ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ଚନ୍ଦ୍ରରୁ ଆଉ କିଛି ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ-୩|ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ । ତା’ଭିତରୁ ରୋଭର ବାହାରି ୧୪ଦିନ ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଏହି ସମୟରେ ଚନ୍ଦ୍ରପୃଷ୍ଠ କେଉଁ ଉପାଦାନରେ ତିଆରି ତା’ର ମଧ୍ୟ ଅନୁଧ୍ୟାନ କରିବ । ଏହାସହିତ ଜଳର ସନ୍ଧାନ କରିବ । ଅନ୍ୟପକ୍ଷରେ ଗତ ଗୁରୁବାର ପ୍ରପଲସନ ମଡ୍ୟୁଲରୁ ଅଲଗା ହୋଇଥିଲା ଲ୍ୟାଣ୍ଡର । ଏବେ ପ୍ରପଲସନ ମଡ୍ୟୁଲ ଚନ୍ଦ୍ର ଚାରିପଟେ ମାସମାସ ଧରି ଘୂରି ବୁଲିବ ।ଲ୍ୟାଣ୍ଡର ହାଜାର୍ଡ ଡିଟେକ୍ସନ ଓ ଏଭୋଇଡାନ୍ସ କ୍ୟାମେରାରୁ (LHDAC) ଫଟୋ ଉତ୍ତୋଳନ କରିଛି ବିକ୍ରମ । ସୁରକ୍ଷିତ ଲ୍ୟାଣ୍ଡିଂ ସ୍ଥାନ ଖୋଜିବାରେ ସହଯୋଗ କରୁଛି LHDA କ୍ୟାମେରା । ଅଗଷ୍ଟ ୨୩ ସନ୍ଧ୍ୟା ୬ଟା ୪ମିନିଟରେ ଲ୍ୟାଣ୍ଡିଂ ଲକ୍ଷ୍ୟ ରଖାଯାଇଛି ।  ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରଠାରୁ ମାତ୍ର 25 କିମି ଦୂରରେ ରହିଛି । ଅଗଷ୍ଟ ୨୩ରେ ବିକ୍ରମକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ । ତେଣୁ ବିକ୍ରମକୁ ଚନ୍ଦ୍ରପୃଷ୍ଠର ନିକଟରୁ ନିକଟତମ ସ୍ତରକୁ ନେବା ଲାଗି ଏହାର ଡିବୁଷ୍ଟିଂ ପ୍ରକ୍ରିୟା ଜାରି ରହିବ । ଗତକାଲି ଏହାକୁ ଦ୍ବିତୀୟ ଡିବୁଷ୍ଟିଂ କରାଯାଇଛି ।ଭାରତର ଲୁନାର ମିଶନ ଚନ୍ଦ୍ରଯାନ-୩ ସଫଳତାର ସହ ଆଗେଇ ଚାଲିଥିବାବେଳେ ଇସ୍ରୋ ପକ୍ଷରୁ ଅବତରଣର ତାରିଖ ଏବଂ ସମୟ ସ୍ପଷ୍ଚ ହୋଇଛି । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ ସମୟରେ  ଚନ୍ଦ୍ରଯାନ-୩କୁ  ଅବତରଣ କରିବାକୁ ଇସ୍ରୋ ଲକ୍ଷ୍ୟ ରହିଛି । ଚନ୍ଦ୍ରଯାନ-୩ ମିଶନକୁ ଜୁଲାଇ ୧୪ ତାରିଖରେ ଶ୍ରୀହରିକୋଟା ସ୍ତିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା । ଅଗଷ୍ଟ ୫ ତାରିଖରେ ଏହା ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିଥିଲା । ୨୦୦୮ ମସିହାରେ ପ୍ରଥମ କରି ଚନ୍ଦ୍ରଯାନ ମିଶନ ଇସ୍ରା ପକ୍ଷରୁ ଲଞ୍ଚ ହୋଇଥିଲା ।  ୨୦୧୯ ମଶିହାରେ କ୍ରାସ ଲ୍ୟାଣ୍ଡିଙ୍ଗ କାରଣରୁ ଚନ୍ଦ୍ରଯାନ-୨ ମିଶନ ବିଫଳ ହୋଇଥିଲା । ଏବେ ସଭିଙ୍କ ନଜର ଚନ୍ଦ୍ରଯାନ-୩ର ସଫଳତା ଉପରେ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!