ନୂଆଦିଲ୍ଲୀ,୨୧।୮ : ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ହଷ୍ଟେଲ ରୁମ୍ରୁ ବାହାରିଲା ୩୦ଟି ବୋମା ଏବଂ ଦୁଇଟି ପିସ୍ତଲ | ହଷ୍ଟେଲ ରୁମ୍ରୁ ବାହାରିଲା ୩୦ଟି ବୋମା । ତା’ ସହ ୨ଟି ବନ୍ଧୁକ ଓ ମାରଣାସ୍ତ୍ର ବି ଜବତ ହୋଇଛି। ଏପରି ଘଟଣା ଉତ୍ତରପ୍ରଦେଶର ରାଜଧାନୀ ୟୁନିଭରସିଟି ଅଫ୍ ଆହ୍ଲାବାଦର ହଷ୍ଟେଲରୁ ଜବତ ହୋଇଛି। ଏହି ହଷ୍ଟେଲରୁ ହିଁ ଉମେଶ ପାଲ ହତ୍ୟାକାଣ୍ଡର ଜଣେ ଅଭିଯୁକ୍ତ ସଦକତ୍ ଗିରଫ ହୋଇଥିଲା। କିଛି ଦିନ ପୂର୍ବେ ହଷ୍ଟେଲରେ ରହୁଥିବା ଜଣେ ବ୍ୟକ୍ତି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଏନେଇ ସେ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଘଟଣାର ଛାନଭିନ ଆରମ୍ଭ କରି ହଷ୍ଟେଲରେ ଚଢ଼ାଉ କରିଥିଲା। ଅଭିଯୁକ୍ତଙ୍କୁ ଖୋଜିବାକୁ ପୁଲିସ୍ ହଷ୍ଟେଲରେ ପଶିଥିବା ବେଳେ ବିପୁଳ ପରିମାରଣ ବିସ୍ଫୋରକ ମହଜୁଦ ଥିବା ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍ ସର୍ଚ୍ଚ ଅପରେସନକୁ ଜୋରଦାର କରି ବମ୍, ବନ୍ଧୁକ ଆଦି ଜବତ କରିଥିଲା। ଏହି ଘଟଣାରେ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଛରା କରୁଛି। ତେବେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ କିଏ ହଷ୍ଟେଲ ଭିତରକୁ ଆଣିଥିଲା, ଏହାର ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |