ଭୁବନେଶ୍ୱରର ଏଜି ଛକ ପାଖରେ ଥିବା କାଳୀମନ୍ଦିରରେ ଚୋରି

ଭୁବନେଶ୍ୱର, ୨୧।୯ :ରାଜଧାନୀ ଭୁବନେଶ୍ୱରରେ  ନକଲି ଚାବି ତିଆରି କରି ମା’ କାଳୀଙ୍କ ମନ୍ଦିରରୁ କଳାକନା ବୁଲାଇ ଦେଲେ ଚୋର।  ଭୁବନେଶ୍ୱରର ଏଜି ଛକ ପାଖରେ ଥିବା କାଳୀମନ୍ଦିରରେ ଚୋରମାନେ ପଶି ନକଲି ଚାବି ଦ୍ୱାରା ଆଲମାରି ଖୋଲି ମାଆଙ୍କ ଗହଣା ଓ ନଗଦ ୫ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ନକଲି ଚାବି ମାଧ୍ୟମରେ ଚୋର ମାନେ ଏପରି କାଣ୍ଡ ଭିଆଇଥିବା ମନ୍ଦିରର ପୂଜକ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ ଥାନା ପାଖରୁ ମାତ୍ର ଶହେ ମିଟର ଦୂରରେ ମନ୍ଦିର ଥିବା ବେଳେ କିପରି ଚୋରି ହେଲା  ଓ ପୁଲିସ କିପରି ଜାଣିପାରିଲା ନାହିଁ  ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାସହ ପୁଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଛି  |ପୂଜକ ଇନ୍ଦ୍ରମଣି ପଣ୍ଡା କହିଛନ୍ତି, ଆଜି ସକାଳେ ମନ୍ଦିରକୁ ଆସି ଦେଖିଲା ବେଳକୁ ମନ୍ଦିର ଗେଟର ତାଲା ଭଙ୍ଗା ହୋଇ ପଡ଼ିଥିଲା। ପରେ ଭିତରକୁ ଯାଇ ଦେଖିଲା ବେଳୁ ଆଲମାରି ଖୋଲାପଡ଼ିଥିଲା। ଚୋରମାନେ ଲକ୍‌ର ଭାଙ୍ଗି ମା’ଙ୍କ ସୁନା ହାର ଓ ମୁକଟ ନେଇ ଯାଇଛନ୍ତି। ଏହାସହ ଲକ୍‌ରରେ ଥିବା ୫୦୦୦ ଟଙ୍କା ମଧ୍ୟ ନେଇଯାଇଛନ୍ତି। ମୁଁ ଏନେଇ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!