‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୨୧।୯:  ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବା ଓ ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଚଳିତବର୍ଷଠାରୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଆରମ୍ଭ ହେବ । ଅନୁଷ୍ଠାନ ଓ ବ୍ୟକ୍ତିଗତ ଦୁଇଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ ।ତେବେ ବିଦ୍ୟାଳୟରୁ ରାଜ୍ୟସ୍ତର ଯାଏଁ ଚୟନ କମିଟି ସମ୍ପର୍କରେ ମଧ୍ୟ ବିଭାଗ ଏକକ କାର୍ଯ୍ୟାନ୍ୱୟନ ମାର୍ଗଦର୍ଶିକା ଜାରିକରିଛି। ଗୁଣାତ୍ମକ ଶିକ୍ଷା ଓ ଶୈକ୍ଷିକ ଭିତ୍ତିଭୂମିର ବିକାଶକୁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଇ ଚଳିତ ବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏ ବାବଦକୁ ପ୍ରତିବର୍ଷ ପ୍ରାୟ ଶହେ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ରାଜ୍ୟର ମୋଟ୍‌‌ ୫୩,୬୧୮ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୩୪ କୋଟି ୩୩ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ସେହିପରି ୭ଶହ ଜଣ ଶିକ୍ଷକଙ୍କୁ ଉତ୍କର୍ଷ ପାଇଁ ୧କୋଟି ୧୮ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ।ରାଜ୍ୟର ୪୧୯ଜଣ ପ୍ରଧାନ ଶିକ୍ଷକଙ୍କୁ ୧କୋଟି ୨୦ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବାକୁ ଥିବାବେଳେ ୫୮ଜଣ ସିଆର୍‌‌ସିସିଙ୍କୁ ୧୧ଲକ୍ଷ ଓ ୧୦ଜଣ ବିଇଓଙ୍କୁ ୬ଲକ୍ଷ ଟଙ୍କାର ପ୍ରୋତ୍ସାହନ ଦିଆଯିବ। ସେହିଭଳି ୩ଜଣ ଡିଇଓଙ୍କୁ ୨ଲକ୍ଷ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ଓ ଶ୍ରେଷ୍ଠ ପ୍ରଦର୍ଶନକାରୀ ୩ ଜିଲ୍ଲାକୁ ୬କୋଟି ଟଙ୍କା ପ୍ରଦର୍ଶନ କରାଯିବାକୁ ଥିବାବେଳେ ଜିଲ୍ଲାର ଶୈକ୍ଷିକ ଭିତ୍ତିଭୂମି ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!