ଟି-୨୦ ମୁକାବିଲାରେ ଆୟର୍ଲାଣ୍ଡ୍‌ ୩୩ ରନ୍‌ରେ ପରାସ୍ତ

ନୂଆଦିଲ୍ଲୀ,୨୧।୮: ଘରୋଇ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତୀୟ ଯୁବ ବାହିନୀଙ୍କ ଦମଦାର୍ ପ୍ରଦର୍ଶନ। 33 ରନରେ ଆୟର୍ଲାଣ୍ଡକୁ ହରାଇ 2-0ରେ କବଜା କଲେ ସିରିଜ୍। ଏହି ସଫଳତା ସହ ଲଗାତର ତୃତୀୟ ଥର ପାଇଁ ଭାରତ ଆୟର୍ଲାଣ୍ଡ ବିପକ୍ଷ ସିରିଜ୍ ବିଜୟୀ ହୋଇଛି। ପୂର୍ବରୁ 2018 ଏବଂ 2022 ରେ ସିରିଜ୍ ଜିତିଥିଲା ଭାରତ। ଆୟର୍ଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି। ଏଥି ସହିତ ଭାରତ ମଧ୍ୟ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ତୃତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ। ରବିବାର ଆୟର୍ଲାଣ୍ଡ୍ ଟସ୍ ଜିତି ପ୍ରଥମେ ‌କ୍ଷେତ୍ରରକ୍ଷଣ କରିଥିଲା। ଭାରତ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାଏକ୍ବାଡ ଭଲ ଆରମ୍ଭ କରିଥିଲେ ମଧ୍ୟ ଜୟସ୍ବାଲ ଅଧିକ ସମୟ ତିଷ୍ଠି ନଥିଲେ। ଜୟସ୍ବାଲଙ୍କ ବିଦାୟର ଦୁଇଟି ବଲ୍ ବ୍ୟବଧାନରେ ପ୍ରଥମ ମ୍ୟାଚ୍‌ ଭଳି ମଧ୍ୟ ତିଳକ ବର୍ମା (୧) ସଅଳ ଫରିଯାଇଥିଲେ। ତଥାପି ଭାରତ ପ୍ରଥମ ପାୱାର ପ୍ଲେ ଭିତରେ ୪୭ ରନ୍‌ ସଂଗ୍ରହ କରି ନେଇଥିଲା। ଏଥି ସହିତ ଋତୁରାଜ ଗାଏକ୍ବାଡ ଏବଂ ସଂଜୁ ସାମସନ୍‌ ମାତ୍ର ୭.୫ ଓଭରରେ ୭୧ ରନ୍ ଯୋଡ଼ି ବଡ଼ ସ୍କୋର୍‌ ପାଇଁ ପଥ ପରିସ୍କାର କରିଥିଲେ। ସଂଜୁ ୨୬ ବଲ୍‌ରୁ ୪୦ ରନ୍‌ କରି ହ୍ବାଇଟ୍‌ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ଏହା ପରେ ପ୍ରଥମ ଥର ଅନ୍ତର୍ଜାତୀୟସ୍ତରରେ ବ୍ୟାଟିଂ କରିଥିବା ରିଙ୍କୁ ସିଂହ ତାଙ୍କ ଚିରାଚରିତ ବ୍ୟାଟିଂ କରି ମାତ୍ର ୨୧ ବଲ୍‌ରୁ ୩୮ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୨‌ ଚୌକା ଓ ୩ ଛକା ସାମିଲ ଥିଲା। ଗାଏକ୍ବାଡ ୪୩ ବଲ୍‌ରୁ ୫୮ ରନ୍‌ ସଂଗ୍ରହ କରି ମ୍ୟାକର୍ଥିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଶେଷ ଭାଗରେ ଶିବମ ଦୁବେ ଦୁଇଟି ବିଶାଳ ଛକା ସହିତ ୧୬ ବଲ୍‌ରୁ ୨୨* ରନ୍‌ କରି ଭାରତକୁ ୧୮୫ ରନ୍‌ରେ ପହଞ୍ଚାଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!