ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ

ଭୁବନ,୨୨।୮:ଢେଙ୍କାନାଳ ଜିଲ୍ଲା ବାର ଦଫା ଦାବିରେ  ଭୁବନ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ବିଜେପି। ବନ୍ଦର ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାଯାଇଛି। ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଆଦି ସମେତ ୧୨ଟି ଦାବିରେ ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହେଉଛି। ଆଜି ଭୁବନରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ଭୁବନରୁ କଟକ, ଢେଙ୍କାନାଳ ଏବଂ ଯାଜପୁର-ଅନୁଗୁଳକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ତେବେ ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ପିକେଟିଂ ଓ ଧାରଣା ଜାରି ରହିଛି। ଗତ ନିର୍ବାଚନରେ କାମାକ୍ଷାନଗର ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନ ଜେନା, ନଗର ସଭାପତି ଭବାନୀଶଙ୍କର ବେହେରା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ଜେନା, ନିର୍ବାଚନ ମଣ୍ଡଳର ସଂଯୋଜକ ଜଗବନ୍ଧୁ ପୃଷ୍ଟି ଏବଂ ଭୁବନ ଏନଏସିର ୭ ଜଣ ବିଜେପି କାଉନସିଲର୍ ଏହି ବନ୍ଦ ପାଳନର ନେତୃତ୍ବ ଦନଇଛନ୍ତି।ଏନେଇ ଗତ ନିର୍ବାଚନରେ କାମାକ୍ଷାନଗର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନନ ଜେନା କହିଛନ୍ତି, ଭୁବନର ବିକାଶ ନାଁ ରେ କେବଳ ଶାସକଗୋଷ୍ଠୀ ତଥା ତାଙ୍କର କର୍ମୀମାନେ ଉପକୃତ ହେଇଛନ୍ତିI ଏଠାରେ ଠିକାଦାର ପୋଷଣ ଚାଲିଛି। ଜଣେ ସାଧାରଣ ନାଗରିକ କଣ ପାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ପ୍ରାଥୀ ଶତ୍ରୁଘନ ଜେନା। ପାନୀୟ ଜଳ ସଠିକି ସମୟରେ ଦିଆଯାଉନାହିଁ। ଡାକ୍ତରଖାନାରେ ଆଠ ଡାକ୍ତରଙ୍କ ସ୍ଥାନରେ ମାତ୍ର ପାଞ୍ଚଜଣ ଅଛନ୍ତି। ପ୍ରତିଦିନ ଜଣେ କିମ୍ବା ଦୁଇଜଣ ପାଳି କରି ଆସୁଛନ୍ତି। ପାଥୋଲାବରେ ୩ ଜଣ ଟେକ୍ନିକାଲ ଅଧିକାରୀଙ୍କ ବଦଳରେ ଜଣେ ସେ ପୁଣି କାମାକ୍ଷାନଗର ମଠକାରଗୋଳାରେ ଡିଉଟିରେ ଥିବାରୁ କିଛି ବି ଟେଷ୍ଟ ହେଇ ପାରୁ ନାହିଁ। ମେଡିସିନ ସବୁ ଠିକରେ ମିଳୁନାହିଁ। ଏପରିକି ସାଲାଇନ ପାଇପ ବାହାରୁ କିଣିବାକୁ ପଡୁଛି। ଭୁବନ ହାଇସ୍କୁଲରେ ଏନସିସି ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ।  

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!