ଯାତ୍ରୀଙ୍କ ହେୟାର୍ କ୍ଲିପରୁ ୨୦ ଲକ୍ଷ ଟଙ୍କାର ସୁନା ଜବତ

ନୂଆଦିଲ୍ଲୀ,୨୨।୮:ହେୟାର କ୍ଲିପ୍‌କୁ ରୋଡିୟମ୍‌ କୋଟିଂ କରି ସୁନା ଲୁଚାଇ ନେବାବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଆଜି ସକାଳେ ରାଜୀବ ଗାନ୍ଧି ବିମାନ ବନ୍ଦରରେ ଚଢ଼ାଉ ସମୟରେ ଏହି ସୁନା ଜବତ କରାଯାଇଛି। ଅତି ଚତୁରତାର ସହ ରୋଡିୟମ-ଆବୃତ୍ତ ହେୟାର୍ କ୍ଲିପରେ ସୁନା ଚାଲାଣ କରୁଥିଲେ ଯାତ୍ରୀ। ଏଥିର ୨୨ ଓ ୧୮ କ୍ୟାରେଟର ରିଙ୍ଗ୍ ସମେତ ଚୁଡ଼ି ମଧ୍ୟ ରହିଛି। ହାଇଦ୍ରାବାଦ ସିଜିଏସଟି ଏବଂ କଷ୍ଟମ୍ସ ଜୋନ୍ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି। ବିଭାଗ ଏ ଉପରେ ଅଧିକ ତଦନ୍ତ କରୁଥିବା କୁହାଯାଇଛି।ଏହାବ୍ୟତୀତ ତାଙ୍କ ଲଗେଜ୍‌ରୁ ଅନ୍ୟାନ୍ୟ ଅଳଙ୍କାର ଯଥା ମୁଦି, ଚୁଡ଼ି ୨୨ କ୍ୟାରେଟ୍‌ ଓ ୧୮ କ୍ୟାରେଟ୍‌ର ମଧ୍ୟ ମିଳିଛି। ହାଇଦ୍ରାବାଦ ବିମାନବନ୍ଦରରୁ କଷ୍ଟମ ଅଧିକାରୀ ସମ୍ପୃକ୍ତ ଯାତ୍ରୀଙ୍କ ନିକଟରୁ ୩୯୭ ଗ୍ରାମ ମୂଲ୍ୟର ସୁନା ଜବତ କରିଛନ୍ତି। ଯାହାର ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।ହାଇଦ୍ରାବାଦ ରାଜୀବ ଗାନ୍ଧି ବିମାନ ବନ୍ଦରରୁ ବିପୁଳ ପରିମାଣର ସୁନା ଜବତ। ହେୟାର୍ କ୍ଲିପରେ ଅତି ଚତୁରତାର ସହ ଚାଲାଣ ହେଉଥିଲା ସୁନା। ଚଢ଼ାଉ କରି ସୀମା ଶୁଳ୍କ ଅଧିକାରୀ ୩୯୭ ଗ୍ରାମର ସୁନା ଜବତ କରିଛନ୍ତି। ଇଣ୍ଡିଗୋ ବିମାନରେ ଶାରଜାରୁ ଆସୁଥିବା ଯାତ୍ରୀଙ୍କଠାରୁ ଏହି ସୁନା ଜବତ ହୋଇଛି। ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ଦେଇଛି କଷ୍ଟମ୍ ବିଭାଗ।ସୋମବାର ଦିନ ଇଣ୍ଡିଗୋ ବିମାନରେ ଶାରଜାହରୁ ଆସୁଥିବା ହାଇଦ୍ରାବାଦ ବିମାନବନ୍ଦରରୁ ଯାତ୍ରୀ ଜଣକ ଧରାପଡ଼ିଛନ୍ତି। ଏନେଇ ଟ୍ୱିଟ୍‌ କରି ହାଇଦ୍ରାବାଦ ଜିଏସ୍‌ଟି ଓ କଷ୍ଟମସ୍‌ ଜୋନ୍‌ ସୂଚନା ଦେଇଛି। ଏହାସହ ଘଟଣାର ତଦନ୍ତ ଚାଲିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!