ନୂଆଦିଲ୍ଲୀ,୨୨।୮ : ଚନ୍ଦ୍ରଯାନ-3 ଆସନ୍ତାକାଲି ସନ୍ଧ୍ୟାରେ ଅବତରଣ। ଶିକ୍ଷାନୁଷ୍ଠାନରେ ଲାଇଭ ଷ୍ଟ୍ରିମିଂ ପାଇଁ ନିର୍ଦ୍ଦେଶ ଦେଲା ୟୁଜିସି। ଏନେଇ ଆଜି ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇଙ୍କ ପକ୍ଷରୁ ସୂଚନା ମିଳିଛି। ଆସନ୍ତାକାଲି ନିଦ୍ଧାରିତ ସମୟର ୨ ଘଣ୍ଟା ପୂର୍ବରୁ ନିଷ୍ପତ୍ତି ବଦଳା ଯାଇପାରେ। ଯଦି ଚନ୍ଦ୍ରର ସ୍ଥିତି ଲ୍ୟାଣ୍ଡରର ସ୍ଥିତି ଅନୁକୂଳ ନଥାଏ,ଘୁଞ୍ଚାଯାଇପାରେ। ଯଦି ସବୁ ଠିକ୍ ରହେ, ତେବେ ନିର୍ଦ୍ଧାରିତ ସମୟରେ କାଲି ଲ୍ୟାଣ୍ଡିଂ କରାଯିିବ।ଏହି ସ୍ମରଣୀୟ ମୁହୂର୍ତ୍ତର ମୁକସାଖୀ ହେବାକୁ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)।ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଦେଖିପାରିବେ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା। ଏନେଇ ୟୁଜିସି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକୁ ବୁଧବାର ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଇଭଷ୍ଟ୍ରିମିଂର ସ୍ୱତନ୍ତ୍ର ସଭା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛି। ଆସନ୍ତାକାଲି(ଅଗଷ୍ଟ ୨୩) ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଅବତରଣ କରିବାକୁ ଥିବାବେଳେ ୫.୩୦ରୁ ୬.୩୦ ପର୍ଯ୍ୟନ୍ତ ଲାଇଭ୍ ଷ୍ଟ୍ରିମିଂ କରିବାକୁ କହିଛି ୟୁଜିସି। ଚନ୍ଦ୍ରର ଦକ୍ଷିଣମେରୁରେ ସଫ୍ଟଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର। ଲ୍ୟାଣ୍ଡର ୩୦ କିଲୋମିଟର ଉଚ୍ଚତାରୁ ଅବତରଣ କରିବ। ଅବତରଣ ବେଳେ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି ୧.୬୮ କିମି ରହିବ। ଅବତରଣର ଦୁଇ ଘଣ୍ଟା ପୂର୍ବରୁ ଚନ୍ଦ୍ରର ସ୍ଥିତି ଅନୁଧ୍ୟାନ କରାଯିବ। ଯଦି କୌଣସି ସମସ୍ୟା ଦେଖାଯାଏ, ଚନ୍ଦ୍ରଯାନ-୩ର ଅବତରଣକୁ ସ୍ଥଗିତ କରାଯାଇପାରେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |