ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟଙ୍କ ପରିବର୍ତ୍ତନ

କଟକ ୨୨।୮: ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଙ୍କୁଶ ହଟିଛି। ନର୍ସିଂ ଅଫିସର ନିଯୁକ୍ତି ଉପରେ ଲାଗିଥିବା ରୋକ୍ କୁ ନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ବର୍ତ୍ତମାନ ୭୪୮୩ ନର୍ସିଂ ଅଫିସର ପଦବୀ ପାଇଁ ରାସ୍ତା ଫିଟିଯାଇଛି । ଇଚ୍ଚୁକ ପ୍ରାର୍ଥିମାନେ ଆବେଦନ କରି ଚାକିରି କରିବାର ସୁଯୋଗ ପୁଣିଥରେ ଉପଲବ୍ଧ ହୋଇଛି । ଏ ନେଇ ଅନ୍ତରୀଣ ନିର୍ଦ୍ଦେଶରେ ମାନ୍ୟବର ହାଇକୋର୍ଟ ପରିବର୍ତ୍ତନ ଆଣିଛନ୍ତି । ଗତ ମେ’ ୧ ତାରିଖରେ ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋଟ ବର୍ତ୍ତମାନ ପରିବର୍ତ୍ତନ କରି ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ କେବଳ ଆବେଦନକାରୀ ଫାର୍ମାସିଷ୍ଟମାନଙ୍କ ପାଇଁ ପଦବୀ ସଂରକ୍ଷିତ ରହିପାରିବ । ଅନ୍ୟ ପଦବୀ ଗୁଡ଼ିକରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି ।ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ନିର୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦ ସଂରକ୍ଷିତ ରଖାଯିବ। ଅନ୍ୟ ପଦ ଗୁଡିକରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଏହି ପ୍ରକ୍ରିୟା ଆରମ୍ଭ ହେଲେ ମୋଟ ୭୪୮୩ଟି ନର୍ସ ପଦ ପୂରଣ ହେବ । ୩୦ଟି ଜିଲା ଏବଂ ୩ଟି ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ଉପରେ ଗତ ମେ ମାସ ୧ ତାରିଖରେ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!