ରାଜକନିକା ପ୍ରିମିୟର ଫୁଟବଲ ଲିଗ୍: ସେମିଫାଇନାଲରେ ଅରର୍ବାନ ଫୁଟବଲ କ୍ଲବ୍
ରାଜକନିକା,୨୨/୮: ରାଜକନିକା ଆଥ୍ଲେଟିକ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ପ୍ରଥମ ରାଜକନିକା ପ୍ରିମିୟର ଫୁଟବଲ ଲିଗ୍-୨୦୨୩ ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଛି । ମଙ୍ଗଳବାର ୧୫ତମ ଖେଳରେ ଅରର୍ବାନ ଫୁଟ୍ବଲ କ୍ଲବ୍ ସହିତ ନାରାୟଣ ଫୁଟବଲ କ୍ଲବ୍ ମଧ୍ୟରେ ମୁକାବିଲା ହୋଇଥିଲା । ୨-୦ ଗୋଲରେ ଅରର୍ବାନ ଫୁଟ୍ବଲ କ୍ଲବ୍ ବିଜୟୀ ହୋଇଛି ଏହା ସହିତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ ହାସଲ କରିଛି । ଆଜିର ଖେଳରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଉଦ୍ୟୋଗ୍ପତି ତଥା ସମାଜସେବୀ ସୋମନାଥ ବିଶ୍ୱାଳ ଯୋଗଦେଇ ଉଭୟ ଖେଳାଳୀ ମାନଙ୍କ ସହିତ ପରିଚିତ ହେବା ସହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ଅରର୍ବାନ ଫୁଟ୍ବଲ କ୍ଲବ୍ର ଖେଳାଳୀ ଦିବ୍ୟପ୍ରକାଶ ନାୟକଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଶ୍ରୀବିଶ୍ୱାଳ କହିଥିଲେଯେ, ରାଜକନିକା ଫୁଟବଲର ମାଟି । ଫୁଟବଲ ଭାଇଚାରା ସହିତ ବନ୍ଧୁତ୍ୱକୁ ସୁଦୃଢ଼ କରିଥାଏ । ଏ ଅଞ୍ଚଳର କ୍ରୀଡ଼ାର ବିକାଶ ଦିଗରେ ସମସ୍ତେ ଚେଷ୍ଠିତ ରହିବା ଆବଶ୍ୟକତା ରହିଛି । ରାଜକନିକା ଆଥ୍ଲଟିକ୍ ଆସୋସିଏସନ୍ର ଉପସଭାପତି କପିଳେନ୍ଦ୍ର ମଲ୍ଲିକ, ସହସଂପାଦକ ଅଜୟ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାୟକ, ଯୁଗ୍ମ ସଂପାଦକ ପ୍ରାଣବନ୍ଧୁ ରାଉତ ଏବଂ ଯୁଗ୍ମ ସଂପାଦକ ଫକୀର ଚନ୍ଦ୍ର ପ୍ରଧାନ, ସାମାଜିକ କର୍ମୀ ବିଭୂତି ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ । ମ୍ୟାଚ୍ କମିଶନର ଗୋଲଖ ବିହାରୀ ମଲ୍ଲିକ, ରେଫେରୀ ସେକ୍ ସଲିମ୍,ଶରତ ଜେନା, ଅମର କୁମାର ଜେନା ଏବଂ ସଞ୍ଜୟ କୁମାର ନାୟକ ଖେଳ ପରିଚାଳନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |