G-20 ଶିଖର ସମ୍ମିଳନୀ, ଯୋଗ ଦେବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ନୂଆଦିଲ୍ଲୀ ,୨୩।୮:  ସେପ୍ଟେମ୍ବର ୯  ଏବଂ ୧୦ରେ ଦିଲ୍ଲୀରେ ହେବ G-20 ଶିଖର ସମ୍ମିଳନୀ । 43ଟି ଦେଶର ରାଷ୍ଟ୍ରମୁଖ୍ୟ ଏହି ସମ୍ମିଳନୀରେ ଯୋଗ ଦେବେ।ଏଥିରେ ଯୋଗ ଦେବା ପାଇଁ ୨୫ରୁ ଅଧିକ ଦେଶର ନେତାମାନେ ସେମାନଙ୍କ ପ୍ରତିନିଧି ଦଳଙ୍କୁ ଧରି ଭାରତ ଆସିବେ।ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା ଅତିଥିମାନଙ୍କ ନିମନ୍ତେ ଭାରତ ସରକାର ବିଶେଷ ବ୍ୟବସ୍ଥା କରିସାରିଛନ୍ତି। ଏହି ଶିଖର ସମ୍ମିଳନୀ ସମୟରେ କୌଣସି ପ୍ରକାର ବାଧା ସୃଷ୍ଟି ନ ହେବା ଲାଗି ସରକାର ବିପୁଳ ପରିମାଣର ଅର୍ଥ ବ୍ୟୟ କରୁଛନ୍ତି। ତେବେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ଭାରତ ଗସ୍ତରେ ଆସିବେ । ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ଭାରତକୁ ୪ ଦିନିଆ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି । ଏହି ଗସ୍ତରେ ସେ ୨ ଥର ପ୍ରଧାନମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିବେ । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯିବ ବୋଲି ଜାଣିବାକୁ ମିଳିଛି । ଏହାସହିତ ଦିଲ୍ଲୀର ଜି-୨୦ ସମ୍ମିଳନୀରେ ମଧ୍ୟ ବାିଡେନ୍ ସାମିଲ ହେବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।ସେଥିପାଇଁ ଦିଲ୍ଲୀରେ  ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। G-20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ,ଫ୍ରାନ୍ସର ରାଷ୍ଟ୍ରପତି ଇମ୍ୟାନୁଏଲ ମାକ୍ରନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନୀ ଅଲବାନିଜଙ୍କ ସମେତ ଆହୁରି ଅନେକ ବିଶ୍ବ ନେତା। ଏହା ପୂର୍ବରୁ  ଏହି ବଡ ବଡ ବିଶ୍ବ ନେତାଙ୍କ ପାଇଁ ଦିଲ୍ଲୀର ହୋଟେଲ ଉଦ୍ୟୋଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କ ପାଇଁ ଭାରତ ସରକାର ୪୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରି ୫୦ଟି ବୁଲେଟ୍‌ପ୍ରୁଫ୍‌ ଅଡି କାର୍‌ କିଣିଥିବା କଥା ‘ଡିଏନ୍‌ଏ’ ରିପୋର୍ଟ କରିଛି। ଦିଲ୍ଲୀର ପ୍ରସିଦ୍ଧ ଆଇଟିସି ମୌର୍ଯ୍ୟ, ତାଜ ପ୍ୟାଲେସ, ତାଜ ମହଲ, ଦ ଓବେରାଇ, ଦ ଲୋଧି, ଦ ଇମ୍ପାରିୟଲ ପରି ବଡ ବଡ ହୋଟେଲ ୭ରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ପୁରା ବୁକ ହୋଇ ରହିଛି।  ତେବେ ସମ୍ମିଳନୀ ଆରମ୍ଭର ପୂର୍ବଦିନ ଟ୍ରାଫିକ ପରିସ୍ଥିତିକୁ ଆଖିରେ ରଖି ଦିଲ୍ଲୀ ସରକାରଙ୍କ ଶିକ୍ଷା ବିଭାଗ  ଦିଲ୍ଛୀ ସରକାରୀ  ସ୍କୁଲ ଗୁଡିକରେ ସେପ୍ଟେମ୍ବର ୮ କୁ ଛୁଟି ଘୋଷଣା କରିବା ନେଇ ନିର୍ଦେଶ ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!