ନୂଆଦିଲ୍ଲୀ,୨୩।୮:ଆଜି ଚନ୍ଦ୍ରଯାନ-3ର ଅବତରଣ। 4ଟି ପର୍ଯ୍ୟାୟରେ ହେବ ଲ୍ୟାଣ୍ଡିଂ। ରଫ୍ ବ୍ରେକିଂ ସମୟରେ ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି 1.6 କିଲୋମିଟର ହେବ। ଏହା 690 ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ। ଏହାପରେ ଅଲଟିଚ୍ୟୁଡ଼ ହୋଲ୍ଡ ପର୍ଯ୍ୟାୟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଫଟୋ ଉତ୍ତୋଳନ କରିବ ଏବଂ ପୂର୍ବରୁ ଥିବା ଫଟୋ ଗୁଡ଼ିକ ସହ ଏଗୁଡ଼ିକୁ ତୁଳନା କରିବ। ଏହାପରେ ଫାଇନ ବ୍ରେକିଂ ପର୍ଯ୍ୟାୟ 175 ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ। ଏହି ପର୍ଯ୍ୟାୟରେ ଯାନର ବେଗ ଶୂନ ରହିବ।ଲ୍ୟାଣ୍ଡରର ଅବସ୍ଥିତି ସମ୍ପୂର୍ଣ୍ଣ ଭାବେ ଭର୍ଟିକାଲ ହୋଇଯିବ। ଚନ୍ଦ୍ରପୃଷ୍ଠରୁ ଏହାର ଉଚ୍ଚତା 800ରୁ 1300 ମିଟର ମଧ୍ୟରେ ରହିବ। ଏହାପରେ ଶେଷ ପର୍ଯ୍ୟାୟ ଅର୍ଥାତ୍ ଟର୍ମିନଲ ଡିସେଣ୍ଟ ପର୍ଯ୍ୟାୟରେ ଲ୍ୟାଣ୍ଡର 131 ସେକେଣ୍ଡରେ ଚନ୍ଦ୍ର ପୃଷ୍ଠରୁ 150 ମିଟର ଉପର ସ୍ଥିତିକୁ ଚାଲିଆସିବ। .ଲ୍ୟାଣ୍ଡରରେ ଥିବା ହାଜାର୍ଡ ଡିଟେକ୍ସନ କ୍ୟାମେରା ଚନ୍ଦ୍ରପୃଷ୍ଠର ଫଟୋ ତୁରନ୍ତ ଉଠାଇବାକୁ ଲାଗିବ। ଯଦି ସବୁ ଠିକ୍ ରହେ ତେବେ 73 ସେକେଣ୍ଡରେ ଏହା ଚନ୍ଦ୍ର ପୃଷ୍ଠରେ ପାଦ ଦେବ। ଏହାପରେ ଲ୍ୟାଣ୍ଡରରୁ ରୋଭର ବାହାରି ଚନ୍ଦ୍ରପୃଷ୍ଠର ପରୀକ୍ଷା କରିବ। ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ସମଗ୍ର ଦେଶରେ ଚନ୍ଦ୍ରୟାନର ସଫ୍ଟ ଲ୍ୟାଣ୍ଡିଙ୍ଗ୍ ପାଇଁ ପ୍ରାର୍ଥନା କରାଯାଉଛି। ଏଥି ସହିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ। ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି, କିନ୍ତୁ ସେଠାରୁ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଚନ୍ଦ୍ରୟାନ ଅବତରଣ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଇସ୍ରୋ ସହିତ ସଂଯୋଗ କରିବେ।ଇସ୍ରୋ ତୃତୀୟ ଚନ୍ଦ୍ର ମିଶନ, ଚନ୍ଦ୍ରୟାନ-୩ ବୁଧବାର ସନ୍ଧ୍ୟା ପ୍ରାୟ ୬.୪ ସମୟରେ ଚନ୍ଦ୍ରର ଦକ୍ଷିଣ ପୋଲରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |