ଡବଲିନ୍,୨୪।୮: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟ୍ବେଣ୍ଟି-୨୦ ବର୍ଷାରେ ଧୋଇ ହୋଇଯାଇଛି। ଦିନ ସାରା ବର୍ଷା ଲାଗିରହିବାରୁ ପିଚ୍ରୁ କଭର ହଟାଯାଇପାରିନଥିଲା। ସ୍ଥାନୀୟ ସମୟ ୫.୪୫ ମିନିଟ୍ରେ ଅମ୍ପାୟାର ପଡ଼ିଆ ସ୍ଥିତି ଯାଞ୍ଚ କରିବା ପରେ ଶେଷରେ ସ୍ଥାନୀୟ ସମୟ ଅପରାହ୍ନ ୫.୫୮ ମିନିଟ୍ରେ ମ୍ୟାଚ୍କୁ ବାତିଲ ଘୋଷଣା କରାଯାଇଥିଲା। ଏହି ଗସ୍ତରେ ଭାରତ ପ୍ରଥମ ଦୁଇ ମ୍ୟାଚ୍ ଜିତି ଆଗୁଆ ଶୃଙ୍ଖଳା ଜିତିସାରିଥିଲା। ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍କୁ ୨ ରନ୍ରେ ଜିତିଥିଲା ବେଳେ ଦ୍ବିତୀୟକୁ ଭାରତ ୩୩ ରନ୍ରେ ବିଜୟୀ ହୋଇଥିଲା। ଏହାଫଳରେ ପ୍ରଥମ ଥର ଦଳର ନେତୃତ୍ବ ନେଉଥିବା ତଥା ଆହତରୁ ଫେରିଥିବା ଯଶପ୍ରୀତ୍ ବୁମ୍ରାଙ୍କ ପାଇଁ ଏହା ପ୍ରଥମ ଶୃଙ୍ଖଳା ବିଜୟ ହୋଇପାରିଛି। ବୁମରା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ପ୍ରଥମ ଥର ଲାଗି ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ଜସପ୍ରିତ ବୁମ୍ରା। ବୁଧବାର ଏହାର ୩ୟ ମୁକାବିଲା ରଦ୍ଦ ହେବା ପରେ ଭାରତ ୨-୦ରେ ସିରିଜ ଉପରେ କବ୍ଜା କରିଥିଲା। ତେବେ ସିରିଜରେ ଉଲ୍ଲେଖନୀୟ ବୋଲିଂ ଲାଗି ବୁମ୍ରାଙ୍କୁ ପ୍ଲେୟାର ଅଫ୍ ଦ ସିରିଜ ମଧ୍ୟ ଘୋଷଣା କରାଯାଇଥିଲା।ଏହାପରଠୁ ଭାରତୀୟ ଦଳ ୩୦ ତାରିଖରୁ ଶ୍ରୀଲଙ୍କାରେ ଏସିଆ କପ୍ ଅଭିଯାନ ଆରମ୍ଭ କରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |