ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ

ପୁରୀ,୨୬।୮: ଶ୍ରୀମନ୍ଦିର ସହ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠବାଡିରେ ଶନିବାରଠାରୁ ଝୁଲଣ ଯାତ୍ରାର ମାହୋଲ ଆରମ୍ଭ ହୋଇଛି । ଏହି ଯାତ୍ରା ସାତଦିନ ଧରି ଚାଲିବ । ତେବେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଝୁଲଣକୁଞ୍ଜକୁ ବିଜେ କରିବେ ।ଆଜିଠାରୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ୭ ଦିନ ଧରି ଚାଲିବ।  ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀରୁ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ଝୁଲଣଯାତ୍ରା ହେବ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ମନ୍ଦିରକୁ ବିଜେ କରିବେ। ସେସବୁ ସ୍ଥାନରେ ଆକର୍ଷଣୀୟ ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି।ସେପଟେ ବଡ଼ ଓଡ଼ିଆ ମଠର ବିପର୍ଯ୍ୟସ୍ତ ସ୍ଥିତି ଯୋଗୁ ଝୁଲଣଯାତ୍ରା ବନ୍ଦ ହୋଇଯାଇଛି । କେବଳ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରାଯାଇଛି। ଓଡ଼ିଆ ମଠରେ ଗତ ୩ ବର୍ଷ ହେଲାଣି ଝୁଲଣଯାତ୍ରା ବନ୍ଦ ହୋଇଗଲାଣି।କେବଳ ପରମ୍ପରା ବଞ୍ଚି ରହିଛି। ଝୁଲଣ ମଣ୍ଡପର ସ୍ଥିତି ବେହାଲ ହୋଇପଡିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!