ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ,୨୭।୮:ପଶ୍ଚିମବଙ୍ଗରେ  ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି । ଘର ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଆହତମାନଙ୍କୁ ଚିକିତ୍ସା ପାଇଁ ବାରାସାଟ ଡାକ୍ତରଖାନା ନିଆଯାଇଛି । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି, ଟିଏମସି ନେତାଙ୍କ ସହାୟତାରେ ଏହି ବେଆଇନ ବାଣ କାରଖାନା ଚାଲିଛି ଏବଂ ଏଥିପାଇଁ ପୋଲିସକୁ ମଧ୍ୟ ଟଙ୍କା ଦିଆଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଅନ୍ୟ ଏକ ଫାୟାରଫ୍ରାକ୍ କାରଖାନାକୁ ନଷ୍ଟ କରି ଦେଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!