ଟେନିସ ତାରକା ଦେବାଶିଷ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୭।୮ :୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ଘୋଷଣା ହୋଇଛି। ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର। ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଇଣ୍ଡିଆନ ମେଟାଲସ୍‌ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଏହି ଘୋଷଣା ହୋଇଛି।ଅନ୍ତର୍ଜାତୀୟ ଟେନିସ ତାରକା ଦେବାଶିଷ ସାହୁ ପାଇବେ ଏକଲବ୍ୟ ପୁରସ୍କାର । ୨୦୨୩ ବର୍ଷ ପାଇଁ ୩୧ତମ ଏକଲବ୍ୟ ପୁରସ୍କାର ପାଇବେ ଦେବାଶିଷ । ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା ଓ ମାନପତ୍ର ପାଇବେ । ଆଥଲେଟ ବାପି ହାଁସଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉପବିଜେତା ଭାବେ ବିବେଚିତ ହୋଇଛନ୍ତି । ବାପି ଓ ଜ୍ୟୋସ୍ନାଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହ ମାନପତ୍ର ମିଳିବ । IMFA ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲସ୍ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି । ୧୯୯୩ରୁ କ୍ରମାଗତ ଭାବେ ପୁରସ୍କାର ପ୍ରଦାନ କରି ଆସୁଛି ଇମ୍ପାକ୍ଟ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!