ରାକ୍ଷୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉପହାର

ଭୋପାଳ,୨୭।୮:  ରାଜଧାନୀ ଭୋପାଳର ଜମ୍ବୁରୀ ମୈଦାନରେ   ଆଜି ଲାଡଲି ଭଉଣୀଙ୍କ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବଡ ଭେଟି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରାକ୍ଷୀ ଲାଗି ଭଉଣୀଙ୍କ ଖାତାରେ ୨୫୦ ଟଙ୍କା ସିଙ୍ଗଲ କ୍ଲିକ୍ ଜରିଆରେ ଟ୍ରାନ୍ସଫର କରାଇଛନ୍ତି । ଏହା ସହିତ ଅକ୍ଟୋବରରୁ ଭଉଣୀଙ୍କ ଖାତାରେ ୧୨୫୦ ଟଙ୍କା ଟ୍ରାନ୍ସଫର କରିବାକୁ ଘୋଷଣା କରିଛନ୍ତି ।ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ବାଚନ ବର୍ଷରେ ପ୍ରିୟ ଭଉଣୀମାନଙ୍କ ପାଇଁ ଉପହାରର ବାକ୍ସ ଖୋଲିଛନ୍ତି। ମୁଖ୍ୟମନ୍ତ୍ରୀ ରବିବାର ତାଙ୍କ ସରକାରଙ୍କ ‘ଲାଡଲି ବେହନା’ ଯୋଜନା ଅଧୀନରେ ଆୟୋଜିତ ଏକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଶ୍ରାବଣ ମାସରେ ରନ୍ଧନ ଗ୍ୟାସ ସିଲିଣ୍ଡର ମାତ୍ର ୪୫୦ ଟଙ୍କାରେ ଉପଲବ୍ଧ ହେବ। ଏହା ସହିତ ରାକ୍ଷୀ ପୂର୍ଣ୍ଣିମା ପାଇଁ ୨୫୦ଟଙ୍କା ଦେବାକୁ ଘୋଷଣା କରାଯାଇଛି। ରାଜ୍ୟର ମହିଳାମାନେ ପ୍ରତି ମାସରେ ଗ୍ରହଣ କରୁଥିବା ରାଶିର ପରିମାଣକୁ ୧୨୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଲାଡଲି ବେହନା ଯୋଜନାର ସୁଯୋଗ ନେଇଥିବା ମହିଳାମାନଙ୍କୁ ପ୍ରତି ମାସରେ ଏକ ହଜାର ଟଙ୍କା ଦିଆଯାଉଥିଲା। ଲାଡଲି ବେହନା ସମ୍ମିଳନୀରେ ଶିବରାଜ କହିଛନ୍ତି ଯେ ରାଜ୍ୟରେ ନିଶା ସେବନକୁ ରୋକିବା ପାଇଁ ସେ ଆସନ୍ତା ବର୍ଷ ଠାରୁ ଏକ ନୂତନ ମଦ ନୀତି ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି। ଯେଉଁଠାରେ ଭଉଣୀମାନେ ଚାହାଁନ୍ତି ନାହିଁ, ମଦ ଦୋକାନ ଖୋଲିବ ନାହିଁ ।

 

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!