ନୂଆଦିଲ୍ଲୀ,୨୭।୮: ୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧି ହେବେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ଏହି କଥା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।ସେ କହିଛନ୍ତି, ବର୍ତ୍ତମାନ ଦେଶରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି, ତାହା ବିରୋଧୀ ଦଳଗୁଡ଼ିକ ଉପରେ ପ୍ରବଳ ଚାପ ପକାଇଥିଲା। ତେଣୁ ସେମାନେ ଏକାଠି ହୋଇ ଇଣ୍ଡିଆ (I.N.D.I.A) ନାଁରେ ମେଣ୍ଟ କରିଛନ୍ତି। ୨୬ଟି ଦଳ ବସି ଆଲୋଚନା କରିବା ପରେ ଏହି ମେଣ୍ଟ ଗଠନ ହୋଇଛି। ତେବେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଛି।ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବରରେ ଯୋଗ ଦେଇ ବର୍ତ୍ତମାନ କଂଗ୍ରେସ ନେତା ରସିଦ ଅଲଭି ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ ରବିବାର କହିଛନ୍ତି ଯେ ୨୦୨୪ପରେ ଆମେ ଆଶା କରୁଛୁ ଯେ କଂଗ୍ରେସ ଦଳ ଏକକ ବୃହତ୍ତମ ଦଳ ଭାବରେ ଉଭା ହେବ ଏବଂ ରାହୁଲ ପ୍ରଧାନମନ୍ତ୍ରୀ ହେବେ।ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଗେହଲଟ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହଙ୍କାରୀ ହେବା ଉଚିତ ନୁହେଁ। ବିଜେପି ମାତ୍ର ୩୧% ଭୋଟରେ କ୍ଷମତାକୁ ଆସିଛି। ବାକି ୬୯% ଭୋଟ ତାଙ୍କ ବିପକ୍ଷରେ ଯାଇଛି। ଗତମାସରେ ବେଙ୍ଗାଲୁରୁରେ ଇଣ୍ଡିଆ ମେଣ୍ଟର ବୈଠକ ବସିଥିବା ବେଳେ ଏନ୍ଡିଏ ପୂରା ଡରି ଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |