ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରକୁ ପହଞ୍ଚିଲା ପାଟରାକ୍ଷୀ

ପୁରୀ,୨୮ା୮:ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରରେ ପହଞ୍ଚିଲା ପାଟ ରାକ୍ଷୀ। ସାନଭଉଣୀ ମା’ ସୁଭଦ୍ରା ବଡଭାଇ ହଳଧର ଶ୍ରୀ ବଳଦେବଜୀଉଙ୍କ ପାଇଁ ପାଟରାକ୍ଷୀ ପଠାଇବା ପରମ୍ପରା ଦୀର୍ଘଦିନ ଧରି ଚାଲି ଆସୁଛି। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖରୁ ନିର୍ଦ୍ଦେଶ ଓ ଅନୁମତି ପାଇବା ପରେ ଶ୍ରୀକ୍ଷେତ୍ରରେ ମା’ସୁଭଦ୍ରାଙ୍କ ବାଡ଼ଗ୍ରାହୀ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ତିଗିରିଆରୁ ନିର୍ମିତ ହୋଇ ପୁରୀରେ ରହିଥିବା ପାଟରାକ୍ଷୀକୁ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ଦୀର୍ଘ ବର୍ଷରୁ ଚଳି ଆସିଥିବା ଏହି ପରମ୍ପରା କିଛି ବର୍ଷ ଧରି ବନ୍ଦ ରହିବା ପରେ ପୁନର୍ବାର ଏହି ପରମ୍ପରାକୁ ଆରମ୍ଭ କରିଛନ୍ତି ଯୁବ ପାଟରା ସଂଘ ସେବାୟତ। ଆଜି ସକାଳୁ ବାଟରେ ଏହି ପାଟରାକ୍ଷୀ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏହାକୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ତେବେ ମଧ୍ୟାହ୍ନ ରେ ରାକ୍ଷୀ କେନ୍ଦ୍ରାପଡ଼ା ତିନିମୁହାଣୀରେ ପହଞ୍ଚିବା ପରେ କେନ୍ଦ୍ରାପଡ଼ା ଜନସାଧାରଣ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆସିଥିବା ଏହି ରାକ୍ଷୀକୁ ଏକ ଭକ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ  ଏହି ରାକ୍ଷୀକୁ ଭଣ୍ଡାର ଘରେ ରଖାଯାଇଥିଲା। ଆସନ୍ତା ରକ୍ଷାବନ୍ଧନରେ ଏହି ପାଟରାକ୍ଷୀକୁ ମହାପ୍ରଭୁ ବଳଦେବଜୀଉଙ୍କୁ ପିନ୍ଧାଯିବ ବୋଲି କହିଛନ୍ତି ମନ୍ଦିର ପ୍ରଶାସକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!