କେନ୍ଦ୍ରାପଡ଼ା,୨୯।୮: କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ରକ୍ଷାବନ୍ଧନର ଯଥେଷ୍ଟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ନିଜ ହାତ ତିଆରି ରାକ୍ଷୀ ପଠାଇ ସାରିଛନ୍ତି କେନ୍ଦ୍ରାପଡା ଜିଲ୍ଲାର କମଳା ମାଉସୀ। ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାମକୁ ପ୍ରଶ˚ସା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ର ୨୫ ତମ ସଂସ୍କରଣରେ କମଳା ମାଉସୀଙ୍କ ଏଇ ନିଆରା ଜରି କାମକୁ ବେଶ୍ ପ୍ରଶଂସା କରିଥିଲେ। ଏପରିକି କମଳାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ।ଆଉ ଏବେ ସେ ନିଜେ ବର୍ଜ୍ୟବସ୍ତୁରୁ ତିଆରି କରିଥିବା ରାଖି ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବୃଦ୍ଧା ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍ ଗୁଲନଗର ପଞ୍ଚାୟତ ଖଇରାବାଦ୍ ଗ୍ରାମର କମଳା ମହାରଣା(୬୩)। କମଳା ହେଉଛନ୍ତି |ଆଉ ଏହି ଭଉଣୀର ସମ୍ବୋଧନ ପରେ ପ୍ରଧାନମନ୍ତ୍ରୀଙ୍କୁ ବଡ଼ଭାଇର ମାନ୍ୟତା ଦେଇ କମଳା ଏବେ ତାଙ୍କ ନିକଟକୁ ରାଖି ପଠାଇଛନ୍ତି। ବାହାରେ ପଡ଼ିଥିବା ଛିଣ୍ତା ଜରିରୁ ହାତରେ ତିଆରି କରିଥିବା ଏହି ରାଖି ପିନ୍ଧି ପ୍ରଧାନମନ୍ତ୍ରୀ ପୁଣି ଥରେ ତାଙ୍କୁ ମନେ ପକାଇବେ ବୋଲି ବୃଦ୍ଧା କମଳା ଆଶା ରଖିଛନ୍ତି।କମଳା ବାହାରେ ପଡ଼ୁଥିବା ଛିଣ୍ତା ଜରି ଭଳି ବର୍ଜ୍ୟବସ୍ତୁରୁ ଘରକରଣା ତଥା ସାଜସଜ୍ଜା ତିଆରି କରିବାରେ ବେଶ ଦକ୍ଷ। ଲୋକମାନେ ବ୍ୟବହାର କରି ଫିଙ୍ଗି ଦେଉଥିବା କୁରୁକୁରେ, ଅମୂଲ, ସର୍ଫ, ଅଟା ଓ ତେଲ ପ୍ୟାକେଟ୍ର ଜରିକୁ କମଳା ଅଳିଆ ଗଦାରୁ ସଂଗ୍ରହ କରନ୍ତି ା ସ୍ବାମୀ ଓ ପିଲାମାନେ ବି ତାଙ୍କୁ ଏ କାମରେ ସହଯୋଗ କରନ୍ତି |କୌଳିକ ବୃତ୍ତି ଅନୁସାରେ ଘରେ ସ୍ବାମୀ ଓ ପୁଅ ଯେତେବେଳେ କାଠ କାମ କରନ୍ତି; କମଳା ସେହି ସମୟରେ ଏହି ଛିଣ୍ଡା ଜରି, ପଲଥିନ୍ରୁ ତିଆରି କରନ୍ତି ମନଲାଖି ଘରକରଣା ସାମଗ୍ରୀ | ବେରୁଆଁ, କାଉଁଚ ଓ ନଡ଼ିଆ ଖରିକା ସାହାଯ୍ୟରେ କଟା ଜରିକୁ ଏଭଳି ଢଙ୍ଗରେ କମଳା ବୁଣି ପାଚିଆ, ଡାଲା, କାନ୍ଥଟଙ୍ଗା ଫୁଲ, ବିଞ୍ଚଣା, ବଢ଼ି ପରା ଝାମ୍ପି ଆଦି ଭଳିକି ଭଳି ମନଲାଖି ଜିନିଷ ତିଆରି କରନ୍ତି, ତାହା ବେଶ୍ ଆକର୍ଷଣୀୟ ହୋଇଥାଏ। ଗତ ଫେବ୍ରୁଆରି ୨୬ ତାରିଖରେ ପ୍ରଧାନମନ୍ତ୍ରୀ ୯୮ତମ ମନ କି ବାତ୍ କାର୍ଯ୍ୟକ୍ରମରେ କମଳାଙ୍କ ଏହି ନିଖୁଣ କାରିଗରୀ ବିଦ୍ୟାକୁ ପ୍ରଶଂସା କରିଥିଲେ। କମଳା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭଉଣୀ ବୋଲି ଡାକିବା ମୋ ପାଇଁ ସୌଭାଗ୍ୟର ବିଷୟ । ଯେବେ ସେ ମୋ କାମକୁ ପସନ୍ଦ କରି ଭଉଣୀ ବୋଲି କହିଲେ, ସେବେଠୁ ତାଙ୍କୁ ବଡ଼ଭାଇ ବୋଲି ମାନିଛି ା ସେ ମୋ ରାଖିକୁ ପିନ୍ଧି ସାନ ଭଉଣୀକୁ ନିଶ୍ଚୟ ମନେ ପକାଇବେ ବୋଲି କମଳା ଆଶା ରଖିବା ସହିତ ମୋଦୀ ତାଙ୍କ ପାଇଁ ଭଗବାନ ସଦୃଶ ବୋଲି କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |