ପୂଜା ପଣ୍ଡା ଓ ବଡ଼ ନିଯୋଗ ମଧ୍ୟରେ କଳହ,ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର,୨୯।୮:  ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି।ଓପାସରେ ମହାପ୍ରଭୁ ଲିଙ୍ଗରାଜ । ଆଜି ଦିନ ତମାମ ହେବ ନାହିଁ କୌଣସି ନୀତି । ଗତକାଲି ସଂଧ୍ୟାରୁ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି । ପଇତା ଲାଗି ନୀତିକୁ କେନ୍ଦ୍ର କରି ହୋଇଛି କଳହ । ପୂଜା ପଣ୍ଡା ଓ ବଡ଼ ନିଯୋଗ ମଧ୍ୟରେ କଳହ । କାଲି ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି ।ପ୍ରଶାସନ ଚୁପ୍। ସୋମବାର ସନ୍ଧ୍ୟା ଧୂପ ପରଠାରୁ ନୀତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓପାସରେ ଅଛନ୍ତି, ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣା ଓଟରା  ଯୋଗୁଁ ଏଭଳି ସମସ୍ୟା ଉପୁଜିଛି, ସେପଟେ ବର୍ଷକୁ ଅନେକ ଥର ଏମିତି ସମସ୍ୟା ବାରମ୍ବାର ଉପୁଜୁଥିବା ବେଳେ ପ୍ରଶାସନ ନିରବ ରହି ଆସିଛି, ପ୍ରଶାସନର ଅବହେଳା ପାଇଁ ଏହି ସମସ୍ୟା ଉପୁଜୁଥିବା ଅନେକ କହିଛନ୍ତି। 2020 ମସିହାରୁ ଲାଗିରହିଛି ଏହି ବିବାଦ। ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦକୁ ନେଇ ନୀତିକାନ୍ତି ବନ୍ଦ ଥିବା ନେଇ ସୂଚନା ମିଳିଛି। ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ ରହିଛି।ଲିଙ୍ଗରାଜ ମନ୍ଦିରର ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି, ଗତକାଲିଠାରୁ ନୀତିକାନ୍ତି ବନ୍ଦ ରହିଛି। ସନ୍ଧ୍ୟାଧୂପ ପରେ ବିନ୍ଦୁ ସାଗରରୁ ପବିତ୍ରାର୍ପଣ ଚତୁଦର୍ଶି ନିମନ୍ତେ ସାତ ଗୋଟି ପଇତା ଧୁଆ ହୋଇ ଆସିବ କଥା। ହେଲେ ଏହା ଆସି ନାହିଁ। ସେଥିପାଇଁ ନୀତି ବନ୍ଦ ରହିଛି। ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ। ଆଜି ପବିତ୍ରାର୍ପଣ ଚତୁଦର୍ଶି। ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା। ହେଲେ ଏହା ହୋଇ ନାହିଁ।୨୦୨୦ମସିହାଠୁ ଏହି ସମସ୍ୟା ଲାଗି ରହିଛି। ପ୍ରଭୁଙ୍କ ନିକଟରେ ପଇତା ଲାଗି ପାଇଁ ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତ ମଧ୍ୟରେ ମତାନ୍ତର ହୋଇଥିଲା। ପ୍ରଭୁଙ୍କ ନିକଟରେ ପଇତା ଲାଗି କିଏ ଆଗେ କରିବ ସେ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କୋର୍ଟରେ ଏହି ଘଟଣା ବିଚାରାଧୀନ ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!