ବେଙ୍ଗାଲୁରୁ,୨୮ା୮ : ଚନ୍ଦ୍ରଯାନ-୩ ମିସନ ସଂପର୍କରେ ଏକ ନୂଆ ଅପଡେଟ୍ ଜାରି କରିଛି ଇସ୍ରୋ । ଇସ୍ରୋ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ ଚନ୍ଦ୍ରପୃଷ୍ଠରେ ଚାଲିବା ଜାରି ରଖିଛି ପ୍ରଜ୍ଞାନ ରୋଭର । ଅଗଷ୍ଟ ୨୭ରେ ରୋଭର ଏକ ବଡ଼ ଖାଲ ନିକଟରେ ପହଞ୍ଚିଥିଲା । ଉକ୍ତ ଖାଲର ବ୍ୟାସ ପ୍ରାୟ ୪ ମିଟର ହେବ । କିନ୍ତୁ ଖାଲରେ ପଡ଼ିବା ପୂର୍ବରୁ ରୋଭର ସୁରକ୍ଷିତ ଫେରିଆସିଥିଲା । ଗାତଟି ରୋଭରର ୩ ମିଟର ଆଗରେ ଥିବାବେଳେ ଫେରିଆସିବାକୁ ରୋଭରକୁ କମାଣ୍ଡ ଦିଆଯିବା ପରେ ତାହା ଫେରିଆସିଥିଲା । ଏବେ ଏହା ସୁରକ୍ଷିତ ଭାବେ ଏକ ନୂଆ ମାର୍ଗରେ ଗତି କରୁଛି।ଚନ୍ଦ୍ରରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ଗାତରେ ପଡ଼ିବା ପୂର୍ବରୁ ବର୍ତ୍ତି ଯାଇଛି। ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍ ଗୋଟିଏ ଗାତର ସମ୍ମୁଖୀନ ହୋଇଥିଲା। ନିର୍ଦ୍ଧାରିତ ଚଲାପଥରେ ଥିବା ୪ ମିଟର ବ୍ୟାସ ବିଶିଷ୍ଟ ଗାତ ତା’ ନଜରରେ ପଡ଼ିଥିଲା। ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା। ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳା ଯାଇଥିଲା। ଗାତ ଥିବାରୁ ପ୍ରଜ୍ଞାନ ଏବେ ବାଟ ବଦଳାଇ ନୂଆ ଦିଗରେ ଯାଉଥିବା ଇସ୍ରୋ ପକ୍ଷରୁ କୁହାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |