ଭୁବନେଶ୍ୱର,୨୯ା୮: ସେପ୍ଟେମ୍ବର ୧୩ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ ଏବଂ ଇସିଆଇ ଅଧିକାରୀ। ଆଗୁଆ ନିର୍ବାଚନ ଚର୍ଚ୍ଚା ଭିତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।ରାଜ୍ୟରେ ଗତ କିଛିଦିନ ହେବ ଆଗୁଆ ନିର୍ବାଚନ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଅଧିକାରୀମାନେ ସେପ୍ଟେମ୍ବର ୧୩ ରେ ରାଜ୍ୟ ଗସ୍ତରେ ଆସିବେ ଏବଂ ସମସ୍ତ ଜିଲ୍ଲାର କଲେକ୍ଟରଙ୍କ ସହ ଆଲୋଚନା କରିବେ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।ଏହା ସହିତ ସେ କହିଛନ୍ତି ଯେ, ଓଡିଶା ପ୍ରାଥମିକ ନିର୍ବାଚନର ପ୍ରସ୍ତୁତି ସମିକ୍ଷା କରିବେ ଅଧିକାରୀ । ବର୍ତ୍ତମାନ ସୁଦ୍ଧା “ନଅଟି ଜିଲ୍ଲା ପାଇଁ ଆବଶ୍ୟକ ଇଭିଏମ୍ ଏବଂ ଭିଭିପିଏଟ୍ ଆସି ସାରିଛନ୍ତି । ସମସ୍ତ ଇଭିଏମ୍ ଏବଂ ଭିଭିପିଏଟ୍ ଅକ୍ଟୋବରରେ ଯାଞ୍ଚ କରାଯିବ । ତେବେ ନିର୍ବାଚନ ନେଇ ଏହା ଏକ ସାଧାରଣ ପ୍ରକ୍ରିୟା, ଆଗୁଆ ନିର୍ବାଚନ ସହ ଏହାର କିଛି ସମ୍ପର୍କ ନାହିଁ ବୋଲି ନିକୁଞ୍ଜ ଧଳ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |