ଗାଡିରେ ଯାତ୍ରା କରିବା ସମୟରେ ବାହାରକୁ ହାତ କିମ୍ବା ମୁଣ୍ଡ କାଢୁଛନ୍ତିକି…

ନୂଆଦିଲ୍ଲୀ, ୩୧/୮:ବସ୍‌ କିମ୍ବା କୌଣସି ଗାଡିରେ ଯାତ୍ରା କରିବା ସମୟରେ ବାହାରକୁ ହାତ କିମ୍ବା ମୁଣ୍ଡ କାଢି ପାଇଁ ବାରଣ କରାଯାଇଥାଏ । ଏଥିଯୋଗୁଁ ଦୂର୍ଘଟଣା ଘଟିବାର ସମ୍ଭାବନା ଥାଏ । କେବଳ ସେତିକି ନୁହେଁ ହାତ କି ମୁଣ୍ଡ କାଢିଥିବା ବ୍ୟକ୍ତି ଅନେକ ସମୟରେ ବିଭିନ୍ନ ଦୂର୍ଘଟଣାର ସମ୍ମୁଖୀନ ହୋଇଥାଆନ୍ତି । ଏପରି ଏକ ଘଟଣା ଦିଲ୍ଲୀର ନରୋଲା ଘଟିଛି । ହରିୟାନା ରୋଡଓ୍ୱେଜ୍‌ରେ ଯାତ୍ରା କରୁଥିବା ଜଣେ ଯୁବତୀଙ୍କୁ ଯାତ୍ରା ସମୟରେ ବାନ୍ତି ଦେଖାଇଥିଲା । ସେ ବସ୍‌ର ଝରକା ବାଟେ ମୁଣ୍ଡ କାଢି ବାନ୍ତି କରୁଥିଲେ । ନରୋଲା ନିକଟରେ ଅନ୍ୟ ଏକ ଅନ୍ୟ ଏକ ଗାଡି ତାଙ୍କ ମୁଣ୍ଡରେ ଧକ୍କା ହୋଇଥିଲା । ଏଥିରେ ଯୁବତୀ ଜଣଙ୍କ ଗୁରୁତର ହୋଇଥିଲେ । କେବଳ ସେତିକି ନୁହେଁ ତାଙ୍କ ମୁଣ୍ଡ ଘୋଷାରି ହୋଇ ଶରୀର ସହ ବାହାରକୁ ବାହାରି ପଡିଥିଲା । ଯୁବତୀଙ୍କ ଶବ ଅନେକ ସମୟ ଦୁଇଟି ଗାଡି ମଝରି ଫସି ରହିଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବସ୍‌ରେ ଯାତ୍ରା କରିବା ସମୟରେ ସମସ୍ତ ଯାତ୍ରୀ ସତର୍କ ହେବା ଆବଶ୍ୟକ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!