ଆଜି ୧୨ଘଣ୍ଟିଆ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ ଚାରିଜିଲ୍ଲାରେ ବନ୍ଦ ଡାକରା

କନ୍ଧମାଳ,,୧।୯:  କେକେବିଏନ୍‌ ମାଓ ଡିଭିଜନ ପକ୍ଷରୁ ଆଜି ୧୨ଘଣ୍ଟିଆ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ ଚାରିଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଥିଲା। ମାଓ ସଂଗଠନର ଏହି ବନ୍ଦ ସଫଳ ହୋଇ ନଥିଲେ ମଧ୍ୟ ଅନେକ ସ୍ଥାନରେ ମାଓ ପୋଷ୍ଟର୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଥିବା ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି।ପୁଲିସ ସୁରକ୍ଷାକୁ ଚାଲେଞ୍ଜ୍‌ ଦେଇ ଆଜି ସକାଳୁ ସକାଳୁ ଫିରିଙ୍ଗିଆ-ଗୋଛାପଡ଼ା ରାସ୍ତାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍‌ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ରାସ୍ତାରେ ଘାଟିସାହି, ମାଝିପଡ଼ା ଓ ଦରଘାବାଲି ଆଦି ଅଞ୍ଚଳରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର୍‌ ପଡ଼ିଥିଲା। ଫଳରେ ଏ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ପୋଷ୍ଟର୍‌ରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେକେବିଏନ୍‌ ଡିଭିଜନର ସଚିବ ବିଜୟ ବୋଲି ଉଲ୍ଲେଖ ରହିଛି। ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ମାଓ ସଂଗଠନ ସମର୍ଥନ କରିବା ସହ ପୁଲିସ ଓ ସରକାରଙ୍କ ଦମନମୂଳକ କାର୍ଯ୍ୟକୁ ମାଓ ସଂଗଠନ ନିନ୍ଦା କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!